ନୂଆଦିଲ୍ଲୀ : ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ତଥା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କର ୭୫ ବୟସରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ । ତାଙ୍କୁ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।ସାହାର ଇଣ୍ଡିଆ ପରିବାର ପକ୍ଷରୁ କୁହାଯାଇଛି । ଗଭୀର ଦୁଃଖର ସହ କହିବାକୁ ପଡୁଛି ଯେ, ‘ସାହାରାଶ୍ରୀ’ ସୁବ୍ରତ ରାୟ ଆଉ ନାହାଁନ୍ତି। ଭାରତୀୟ ବ୍ୟବସାୟିକ କ୍ଷେତ୍ରରେ ଶ୍ରୀ ରାୟ ଜଣେ ଜଣାଶୁଣା ବ୍ୟକ୍ତି୍ତ୍ବର ଅଧିକାରୀ ଥିଲେ। ୧୯୪୮ ମସିହାରେ ଜନ୍ମଲାଭ କରିଥିବା ଶ୍ରୀ ରାୟଙ୍କ ନେତୃତ୍ବରେ ସାହାରା ଗ୍ରୁପ ଅର୍ଥ, ରିଅଲ ଇଷ୍ଟେଟ୍, ମିଡିଆ ଏବଂ ଆତିେଥୟତା କ୍ଷେତ୍ରରେ ଦବ୍ଦବା ଜାହିର କରିଥିଲା। ନିବେଶକଙ୍କୁ ଅର୍ଥ ଫେରସ୍ତ ମାମଲାରେ ଶ୍ରୀ ରାୟଙ୍କର ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ସହ ଦୀର୍ଘ ଦିନ ଧରି ବିବାଦ ଚାଲିଛି। ଏପରିକି ଏହି ମାମଲାରେ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା। ସାହାରା ଗ୍ରୁପର ଦେଶବ୍ୟାପୀ ୯ କୋଟିରୁ ଅଧିକ ନିବେଶକ ରହିଛନ୍ତି। ଏକ ସମୟରେ ଭାରତୀୟ ରେଳବାଇ ପରେ ସାହାରା ଗ୍ରୁପ ଦେଶର ଦ୍ବିତୀୟ ବୃହତ୍ ନିଯୁକ୍ତିଦାତା ପାଲଟିଥିଲା।