ହନୁମାନଙ୍କ ଭକ୍ତ ବାରାକ ଓବାମା , ନିଜ ପାଖରେ ରଖନ୍ତି ଛୋଟ ମୂର୍ତ୍ତି

ବାରାକା ଓବାମା ହନୁମାନ ଭକ୍ତ । ଏ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକ ସାକ୍ଷାତ କାରରେ ଓବାମା କହିଛନ୍ତି । ଓବାମାଙ୍କ ଭାରତୀୟ ମାନଙ୍କୁ ପ୍ରେମ ସମ୍ମାନ ଜଣାଇଥାନ୍ତି । ସେ ମହାତ୍ମା ଗାନ୍ଧୀଙ୍କ ବଡ ପ୍ରଶଂସକ । ତାଙ୍କ ପୁସ୍ତକରେ ସେ ମହାତ୍ମା ଗାନ୍ଧି ତାଙ୍କ ଉପରେ ପ୍ରଭାବ ପକାଇତିଲେ । ଓବାମାଙ୍କ ହନୁମାନ ଉପରେ ବିଶ୍ୱାସ ଅଛି ।

ସେ ନିଜେ ଏହା ପ୍ରକାଶ କରିଛନ୍ତି ଯେଉଁ ଜିନିଷ ତାଙ୍କୁ ଶକ୍ତି ପ୍ରଦାନ କରେ ତା ମଧ୍ୟରୁ ହନୁମାନ ଜଣେ । ହନୁମାନ ତାଙ୍କୁ ନିରାଶରୁ ଶକ୍ତି ପ୍ରଦାନ କରନ୍ତି । ଏହି ପରିପେକ୍ଷୀରେ କହୁଥିବା ପୁରୁଣା ସାକ୍ଷାତ କାର ଭିଡିଓ ଏବେ ଭାଇରାଲ ହେବାରରେ ଲାଗିଛି । ଯେଉଁଥିରେ ସେ ପ୍ରଭୁ ହନୁମାନଙ୍କ କଥା କହୁଛନ୍ତି ।

2016 ମସିହାରେ, ବାରାକ ଓବାମା ୟୁଟ୍ୟୁବର୍ ଇନଗ୍ରିଡ୍ ନିଲ୍ସନଙ୍କୁ ଏକ ସାକ୍ଷାତକାର ଦେଇଥିଲେ, ଯାହାଙ୍କୁ ସମସ୍ତେ ମିସ୍ ଗ୍ଲାମରଜୀ ଭାବରେ ମଧ୍ୟ ଜାଣନ୍ତି । ଏହି ସାକ୍ଷାତକାରରେ ସେ ପ୍ରଭୁ ହନୁମାନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ । ଓବାମା କହିଥିଲେ ଯେ ସେ ନିଜ ପକେଟରେ କଣ ରଖନ୍ତି?ସାକ୍ଷାତକାର ସମୟରେ, ନିଲସେନ୍ ଓବାମାଙ୍କୁ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରୁଥିବା ଏବଂ ପକେଟରେ ରଖିଥିବା ଜିନିଷଗୁଡିକୁ ଦେଖାଇବାକୁ କହିଥିଲେ । ଏହା ଉପରେ ଓବାମା ତାଙ୍କ ପକେଟରୁ କିଛି ଜିନିଷ ବାହାର କଲେ । ଏଥିରେ ପ୍ରଭୁ ହନୁମାନଙ୍କ ଏକ ଛୋଟ ପ୍ରତିମା ଅନ୍ତର୍ଭୁକ୍ତ ଥିଲା । ଓବାମା ନିଲସେନଙ୍କୁ କହିଛନ୍ତି ଯେ ଏହାକୁ ଜଣେ ହିନ୍ଦୁ ମହିଳା ତାଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ବ୍ୟତୀତ ପୋପ୍ ଫ୍ରାନ୍ସିସଙ୍କଠାରୁ ପ୍ରାପ୍ତ ରୋଜାରୀ, ବୌଦ୍ଧ ଭିକ୍ଷୁଙ୍କଠାରୁ ପ୍ରାପ୍ତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ରୂପା ପୋକର ଏବଂ ଇଥିଓପିଆରୁ ପ୍ରାପ୍ତ କ୍ରସ ମଧ୍ୟ ତାଙ୍କ ପକେଟରେ ରହିଛି ।