ମୁମ୍ବାଇ : ଅନନ୍ୟା ପାଣ୍ଡେ – ଆଦିତ୍ୟା ରୟ କପୁର ପରସ୍ପରକୁ କରୁଛନ୍ତି ଡେଟ । ଦୀର୍ଘ ଦିନ ଧରି ଡେଟିଂ ଗୁଜବ ଚାଲିଆସୁଥିଲା । ଉଭୟଙ୍କୁ ବହୁ ସମୟରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରିବାର ଦେଖିବାକୁ ମିଳିଛି । ଦୁହେଁ ଏହି ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି । ହେଲେ ଏମାନଙ୍କ ରିଲେସନ ନେଶ ସ୍ପଷ୍ଟ କରିଛନ୍ତି କରନ ଜୋହର । କକ୍ଟଲଲରର ଡସଗ୍ଧଷ କବକ୍ସବଦ୍ଭ ୮ ରେ କରନ ଏହାର ଖୁଲାସା କରିଛନ୍ତି । ଏହି ଶୋ ରେ ଦେଖିବାକୁ ମିଳିଛି ଅନନ୍ୟା ଏବଂ ଶାରା ଗେଷ୍ଟ ଭାବରେ ଆସଥିଲେ । ତାଙ୍କୁ କରଣ କିଛି ପ୍ରଶ୍ନ କରିଛନ୍ତି । ଅନନ୍ୟାଙ୍କୁ ପଚାରିଥିଲେ ତୁମେ ଆଦିତ୍ୟକୁ ଡେଟ କରୁଛ କି ? ଯଦିଓ ଅନନ୍ୟା ଏହି ପ୍ରଶ୍ନକୁ ଏଡାକବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବିପଳ ହୋଇଥିଲେ ।
କରନ କହିଥିଲେ ଏହା ପୁର୍ବଥର ଭଳି ହେବନି ଯେ ତୁମେ ତୁମର ଲଭ ଆଫେୟାର୍ସକୁ ଏଡାଇ ଦେଇ ଚାଲିଯିବ । ସେ ଆହୁରି କହିଥିଲେ , ମୁଁ ଭାବୁଛି ତୁମ ରିଲେସନ ଶବୁଦିନ ପାଇଁ ରହୁ । ମୁଁ କହୁନାହିଁ ତୁମେ ତୁମ ସମ୍ପର୍କକୁ ଅସ୍ୱୀକାର କରିବା ଉଚିତ , କିମ୍ବା ସେଗୁଡିକ ଗ୍ରହଣ କରିବା ଉଚିତ । ତୁମକୁ ଯେଉଁଟା ଠିକ ଲାଗୁଛି ସେଇଟା କରିବା ଦରକାର । ମୁଁ ଭାବୁଛି କିଛି ଜିନିସ ବ୍ୟାକ୍ତିଗତ ଓ ସ୍ୱତନ୍ତ୍ର ରଖିବା ଉଚିତ ।
ଏହା ପରେ କରଣ ପଚାରିଲେ, ତେବେ ଆପଣ ଆଦିତ୍ୟ ରୟ କପୁରଙ୍କ ସହିତ ଫ୍ରେଣ୍ଡ ଜୋନରେ ଅଛନ୍ତି ନା ଏହା ଅନ୍ୟ କିଛି? ଏହାର ଉତ୍ତରରେ ଅନନ୍ୟା କହିଛନ୍ତି, “ବନ୍ଧୁ ନୁହଁନ୍ତି … ଆମେ ବହୁତ ଭଲ ସାଙ୍ଗଠାରୁ ଅଧିକ । ” ଅନନ୍ୟା ପ୍ରଶ୍ନକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କରଣ କହିଥଲେ ଯେ ପ୍ରେମ ହେଉଛି ବନ୍ଧୁତା । ଏହା ପରେ ଅନନ୍ୟା କହିଥିଲେ, ସର୍ବୋତ୍ତମ ବନ୍ଧୁ, ଆମେ ପ୍ରକୃତରେ ଭଲ ବନ୍ଧୁ ।