ଭୁବନେଶ୍ୱର : ତୁଟୁନି ବିବାଦ । ନୀତି ବିଭ୍ରାଟ ତିନି ଦିନ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ତେବେ ଆଜି ବିବାଦର ସମାଧାନ ହେବା ନେଇ ଆଶା ରଖିଛନ୍ତି ସେବାୟତ ଓ ମନ୍ଦିର ପ୍ରଶାସନ । ଏନେଇ ଅତିରିକ୍ତ ଦେବୋତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର ।
ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନଘର ନିର୍ମାଣ କରାଯାଉଛି । ଆଉ ଏହାକୁ ବିରୋଧ କରି ଲିଙ୍ଗରାଜଙ୍କ ସେବା କରୁନାହାଁନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ତେବେ ଭକ୍ତଙ୍କ ପାଇଁ ସାହାଣମେଲା ଖୋଲା ରହିଥିଲେ ବି ଦେବ ନୀତି ବନ୍ଦ ରହିଛି ।