ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ମେରୀ ମିଟି ମେରୀ ଦେଶ କାର୍ଯ୍ୟକ୍ରମ

ବୈପାରୀଗୁଡା : କୋରାପୁଟ ଜିଲ୍ଲା ନେହେରୁ କେନ୍ଦ୍ର ତରଫରୁ ପକ୍ଷରୁ ବୈପାରୀଗୁଡା ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ମେରୀ ମିଟି ମେରୀ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଵିଏସଏଫ କୋମାଣ୍ଡେଣ୍ଟ କୈଳାଶ ଲୁଖା, ସାନମାନିତ ଅତିଥି ଭାବେ ଡେପୁଟି କୋମାଣ୍ଡେଣ୍ଟ ଶୈଳଶ ବୈଷ୍ଣବ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ଵର ମହୁରିଆ, ବ୍ଲକ ଉପାଧ୍ୟାକ୍ଷ ପୁର୍ଣିମା ବାରିକ, କଲେଜ ସଭାପତି ମୋନଜ ମହାପାତ୍ର, କଲେଜ ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକ, ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ରେ କଲେଜ ଛାତ୍ର ଛାତ୍ରୀ, ଏସଏଚଜି ସଦସ୍ୟା ମାନେ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ରେ ଅତିଥି ମାନେ ମେରୀ ମିଟି ମେରୀ ଦେଶ କାର୍ଯ୍ୟକ୍ରମ ର ଉଦେଶ୍ୟ କହିବା ସହ ଭାରତ ମାଟି ର ମହତ୍ୱ ବୁଝିବା ସହ ମାଟିକୁ ଭଲ ପାଇବା ସହ ଛାତ୍ର ଛତ୍ରୀ ମାନେ ଦେଶ ପ୍ରେମୀ ହେବା ସହ ରାଷ୍ଟ୍ର ଗଠନ ରେ ସାମିଲ ହେବା ପାଇଁ ଅତିଥିମାନେ ଛାତ୍ର ଛାତ୍ରୀ ଙ୍କୁ ଆହ୍ୱାନ କରିଥିଲେ l କାର୍ଯ୍ୟକ୍ରମ ଟି କୁ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଅଧିକରୀ  ହରିଶ ରୁପାଲ କାର୍ଯ୍ୟକ୍ରମ ଟି କୁ ପରିଚାଳନା କରିଥିଲେ l