‘ଟାଇଗର -୩’ପ୍ରଥମ ଗୀତର ଟିଜର ଆଉଟ

ମୁମ୍ବାଇ : ବର୍ତ୍ତମାନ ବଲିଉଡରୁ ଦକ୍ଷିଣ ପର୍ଯ୍ୟନ୍ତ ଅନେକ ବଡ ଚଳଚ୍ଚିତ୍ରକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏହି ସବୁ ମଧ୍ୟରେ ସଲମାନ କ୍ୟାଟ୍ରିନାଙ୍କ ଫିଲ୍ମ ‘ଟାଇଗର-୩’ ଶୀର୍ଷରେ ଅଛି । ଏହି ଫିଲ୍ମର ଟ୍ରେଲର ଆସିବାପରେ ଫ୍ୟାନ ମାନେ ଖୁବ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ଫିଲ୍ମର ଦମ୍‌ଦାର ଟ୍ରେଲର ରିଲିଜ ହୋଇସାରିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତର ଟିଜର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲାଣି । ସଲମାନ ଏହି ଗୀତର ପ୍ରଥମ ଝଲକ ସେୟାର କରିଛନ୍ତି। ଯେଉଁଥିରେ କ୍ୟାଟ୍ରିନାଙ୍କ ସହ ତାଙ୍କର ହଟ୍‌ କେମେଷ୍ଟ୍ରି ଦେଖିବାକୁ ମିଳେ ।

ଦୀର୍ଘ ଦିନର ପରେ ସଲମାନ ପୁଣି ଥରେ ଗାୟକ ଅରିଜିତଙ୍କ ସହ ହାତ ମିଳାଇଛନ୍ତି। ଏହି ଦୁଇ ଜଣଙ୍କର ବନ୍ଧୁତ୍ୱର ପ୍ରମାଣ ଦେଇ ପ୍ରଥମ ଗୀତ ‘ଲେକେ ପ୍ରଭୃ କା ନାମ’ ରିଲିଜ୍ ହେବାକୁ ଯାଉଛି। ସେ ଏହାର ଦମ୍‌ଦାର ଟିଜର ମଧ୍ୟ ରିଲିଜ କରିଛନ୍ତି। କ୍ୟାଟ୍ରିନାଙ୍କ ସହ ସଲମାନଙ୍କ ହଟ କେମେଷ୍ଟ୍ରି ଟିଜରରେ ଦେଖିବାକୁ ମିଳୁଛି । ଉଭୟଙ୍କର ଜବରଦସ୍ତ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି ।

ଏହି ଟିଜରରେ ଅରିଜିତ ସିଂଙ୍କ ସ୍ୱର ଏପର୍ଯ୍ୟନ୍ତ ଶୁଣାଯାଇ ନାହିଁ। କେବଳ ମ୍ୟୁଜିକ୍‌ ଶୁଣିବାକୁ ମିଳିଛି।  ଅକ୍ଟୋବର ୨୩ ରେ ପୁରା ଗୀତ ରିଲିଜ ହେବ ବୋଲି ସଲମାନ ସୂଚନା ଦେଇ ଜଣାଇଛନ୍ତି। ଦୁଇଟି କାରଣରୁ ଲୋକମାନେ ଏହି ଗୀତକୁ ନେଇ ଉତ୍ସାହିତ ଅଛନ୍ତି । ପ୍ରଥମତ ଏହା ଟାଇଗର ୩ ର ପ୍ରଥମ ଗୀତ ଏବଂ ଦ୍ୱିତୀୟରେ, ଦୀର୍ଘ ଦିନର ପରେ ଅରିଜିତ ସିଂ ସଲମାନ ଖାନଙ୍କ ଫିଲ୍ମରେ ପ୍ରଥମ ଥର ପାଇଁ ଗୀତ ଗାଇଛନ୍ତି । କହିବାକୁ ଗଲେ ‘ଟାଇଗର ୩’ ୧୨ ନଭେମ୍ବରରେ ସିନେମାଘରେ ମୁକ୍ତିଲାଭ କରିବାକୁ ଯାଉଛି ।