ଭୁବନେଶ୍ୱର:ଭୁବନେଶ୍ୱରରୁ ଗୌହାଟିକୁ ଉଡିବ ବିମାନ । ଆସନ୍ତା ଅକ୍ଟୋବର୧୯ ତାରିଖରୁ ଆରମ୍ଭ ହେବ ଏହି ବିମାନ ସେବା ବୋଲି କୁହାଯାଉଛି । ତେବେ ଭୁବନେଶ୍ୱରରୁ ଗୌହାଟିକୁ ପ୍ରତେକ ଦିନ ଯାତାୟତ ହେବ ସହଜ । ସୁବିଧାରେ ଯାତାୟତ କରିପାରିବେ ଯାତ୍ରୀ । ଏନେଇ ଆଜି ସୂଚନା ମିଳିଛି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ବିମାନ ଚାଲିବା ନେଇ ସୂଚନା ମିଳିଥିବା ବେଳେ ପ୍ରତିଦିନ ଭୁବନେଶ୍ୱର ରୁ ୧ଟା ୨୫ରେ ଛାଡି ୨ଟା ୫୫ ଗୌହାଟିରେ ପହଞ୍ଚିବ ବୋଲି କୁହାଯାଉଛି । ସେହିଭଳି ୩ଟା୫୦ରେ ଗୌହାଟିରୁ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି କୁହାଯାଉଛି ।