ଶ୍ରୀମନ୍ଦିରକୁ ଚିରାଫଟା ପୋଷାକ, ହଟ ପ୍ୟାଣ୍ଟ,ମିନି ଡ୍ରେସ ମନା

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ପ୍ରୟାଶ ଦିଆଯିବନାହିଁ । ହାଫ୍ ପ୍ୟାଣ୍ଟ , ଚିରାଫଟା ପ୍ୟାଣ୍ଟ ,ଚିରାପଟା ପୋଷାକ, ମିନି ଡ୍ରେସ ଆଦି ପିନ୍ଧି କେହି ଦେଉଳରେ ପ୍ରବେଶ କରିପାରିବେ ନାହିଁ । ବରଂ ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପାରିକ ପୋଷାକ ପରିଧାନ କରି ଆସିବେ । ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ।

ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ଚରମ ନିଷ୍ପତ୍ତି ଆସନ୍ତା ଜାନୁଆରି ୧ ତାରିଖରୁ କଡାକଡି ଭାବେ ଲାଗୁ କରାଯିବ। ଏଥିପଇଁ ଆସନ୍ତାକାଲି ଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ସଚେତନତା କରିବ। ନୂଆବର୍ଷରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ଆସନ୍ତା ଜାନୁଆରି ୧ ତାରିଖରୁ ଯୋଉଁ ଭକ୍ତମାନେ ଶାଳୀନତା ଭାବେ ପୋଷକ ନପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।