ରଣବୀର କପୁରଙ୍କୁ ଇଡି ସମନ , ୬ ତାରିଖରେ ହେବେ ହାଜର

ମୁମ୍ବାଇ : ବିବାଦୀୟ ମହାଦେବ ଆପ୍ ମାମଲାରେ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡିର ସମନ । ଅକ୍ଟୋବର ୬ ତାରିଖରେ ହାଜର ହେବାକୁ ନୋଟିସ । ଅନଲାଇନ ମହାଦେବ ଆପ ପ୍ରଚାର ଅଭିଯୋଗରେ ଏହି ସମନ ଜାରି କରିଛି ଇଡି । ଏହିମାମଲାରେ ଅନ୍ୟ କେତେକ ଅଭିନେତ୍ରୀ ଏବଂ ଗାୟକଙ୍କ ନାମ ରହିଛି । ଏହି ତାଲିକାରେ ସନ୍ନି ଲିଓନ ଏବଂ ନେହା କକ୍କରଙ୍କ ନାମ ମଧ୍ୟ ରହିଛି । ରଣବୀର ମହାଦେବ ଅନଲାଇନ ଗେମିଂ ଆପ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ସାମିଲ ରହିଥିଲେ ।