ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର , ଅଭିଯୁକ୍ତ ଫେରାର

କଳାହାଣ୍ଡି/ ଗୋଲାପ ସାହୁ , ଜନକ ପୋଡ: କଳାହାଣ୍ଡିରେ ଚାଞ୍ଚଲ୍ୟ ଖେଳାଇଲା ଟ୍ରିପଲ ମର୍ଡର । କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତରର୍ଗତ ଶଙ୍କରପଲା ଗ୍ରାମରେ ଘଟିଛି ଏଭଳି ବର୍ବର କାଣ୍ଡ । ମା ସହ ଦୁଇ ବର୍ଷର ଶିଶୁ ଓ ବୃଦ୍ଧାଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଥିବା କୁହାଯାଉଛି । ତେବେ ଘବର ପାଇ ଘଟଣାସ୍ଥଳରେ ଜୁନାଗଡ ପୋଲିସ ପହଞ୍ଚି କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ ୩ଜଣ ହେଲେ ରାଏମତି ମାଝୀ ଏବଂ ତାଙ୍କ ଦୁଇ ବର୍ଷର ପୁଅ । ବୃଦ୍ଧ ଜଣଙ୍କ ନା ମହେନ୍ଦ୍ର କୁମାର ବୋଲି ସୂଚନା ମିଳିଛି ।