ଭାରତ ବନ୍ଦ କରିବାକୁ ଯାଉଛି ସିନ୍ଧୁ ନଦୀ ଜଳ ଚୁକ୍ତି

ପାକିସ୍ତାନ ପରିସ୍ଥିତି ଏବେ ଜଟିଳ ରହିଛି । ପଡୋଶୀ ଦେଶ ଏବେ ଖାଇବା ପାଇଁ ସଂଘର୍ଷ କରୁଛି ।ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ କରିବ ପାକିସ୍ତାନ । ଭାରତ ବନ୍ଦ କରିବାକୁ ଯାଉଛି ସିନ୍ଧୁ ନଦୀ ପାଣି । ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଆଗକୁ ବଢ଼ାଇବାକୁ ଚାହୁଁନି ଭାରତ । ଏହା ଦ୍ୱାରା ପାକିସ୍ତାନର ସମସ୍ୟା ନିଶ୍ଚିତ ବଢ଼ିବ । ଏହି ମାମଲାରେ ଭିଏନାର ଜଣେ ନିରପେକ୍ଷ ବିଶେଷଜ୍ଞଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଭାରତ ଏହି ପ୍ରସଙ୍ଗରେ ନିଜର କଥାକୁ ସ୍ପଷ୍ଟ କରିଛି ।

ସୂଚନାଥାଉ କି ଜାମ୍ମୁ କାଶ୍ମୀରର କିଶନଗଙ୍ଗା ଏବଂ ରତେଲ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଉପୁଜିଛି । ପାକିସ୍ତାନ ଏହି ବିବାଦର ସମାଧାନ ଚାହୁଁଛି । କିନ୍ତୁ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ଭାରତ ପାଣି ଦେବାକୁ ଚାହୁଁ ନାହିଁ ।

 ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଦେଶର ମୁଖ୍ୟ ଆଡଭୋକେଟ ହରିଶ ସାଲେ୍ଵ ଏହି ବୈଠକରେ ଉପସ୍ଥିତ ଥିଲେ । ‘ଜଳ ସମ୍ପଦ’ ବିଭାଗର ସଚିବଙ୍କ ନେତୃତ୍ୱରେ ଭାରତର ଏକ ପ୍ରତିନିଧି ଦଳ, ୨୦ ଏବଂ ୨୧ ସେପ୍ଟେମ୍ବରରେ ଭିଏନାରେ ସ୍ଥାୟୀ ମଧ୍ୟସ୍ଥତା ନ୍ୟାୟାଳୟରେ କିଶନଗଙ୍ଗା ଏବଂ ରତେଲ ମାମଲାରେ ନିରପେକ୍ଷ ବିଶେଷଜ୍ଞଙ୍କ ବୈଠକରେ ଅଂଶଗ୍ରହଣ କରିଥିଲେ । ମଧ୍ୟସ୍ଥଳା ନ୍ୟାୟଳୟରେ ଭାରତ ନିଜ ପକ୍ଷ ଦେଇ ସାରିଛି । ଏହା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ଯଦି ଭାରତ ପାକିସ୍ତାନକୁ ଜଳ ଦେବା ବନ୍ଦ କରେ ତେବେ ପାକିସ୍ତାନ ଶୋଷରେ ମରିବାକୁ କେହି ରକ୍ଷା କରି ପାରିବେ ନାହିଁ ।