ଦାନ୍ତକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି?

ଭୁବନେଶ୍ୱର : ଦାନ୍ତ ଆମ ଚେହେରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମେ ସବୁବେଳେ ଚାହୁଁ ଯେ ଦାନ୍ତ ଉଜ୍ଜ୍ୱଳ ଦେଖାଯାଉ । ଦାନ୍ତ ସୁସ୍ଥ ରହିଲେ ହିଁ ଉଜ୍ଜ୍ଳ ଦେଖାଯାଏ । ତେଣୁ ଜାଣନ୍ତୁ ଦାନ୍ତକୁ ସୁସ୍ଥ ରଖିବା ପାଇଁ କେଉଁ କେଉଁ ଜିନିଷ ଠାରୁ ଦୂରରେ ରହିବାକୁ ପଡିବ ।

ବ୍ରେଡ୍ : ବ୍ରେଡ୍ ମଇଦାରୁ ତିଆରି ହୋଇଥାଏ ଏବଂ ସେଥିପାଇଁ ଏହା ଖାଇବା ସମୟରେ ଦାନ୍ତରେ ଲାଗିଥାଏ । ଏହା ଦାନ୍ତକୁ ନଷ୍ଟ କରିପାରେୟ ଯଦି ଆପଣ ଏହାକୁ ଖାଉଛନ୍ତି, ତେବେ ଏହାକୁ ବ୍ରେକ୍ ବା ଗରମ କରି ଖାଆନ୍ତୁ ଏବଂ ଖାଇବା ପରେ ପାଟି କୁଳି କରନ୍ତୁ ।

କଫି : ଅଧିକ କଫି ପିଇବା ଦ୍ୱାରା ଦାନ୍ତ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଦାନ୍ତ ଦୁର୍ବଳ ଓ ଖୋଲା ମେଲା ବା ଛାଡିଛାଡି ହୋଇ ରହିଥାଏ । ଆହୁରି ମଧ୍ୟ ଦାନ୍ତରେ ଏକ ସ୍ତର ସୃଷ୍ଟି ହେବାକୁ ଲାଗେ । ଯାହା ଦ୍ୱାରା ଦାନ୍ତ ଫିକା ହଳଦିଆ ଦେଖାଯାଏ ।

ଥଣ୍ଡା ପାନୀୟ : ଥଣ୍ଡା ପାନୀୟ ସମଗ୍ର ଶରୀର ପାଇଁ କ୍ଷତିକାରକ । ଏଥିରେ ଥିବା ମିଠା ଦାନ୍ତ ପାଇଁ ଏହା ମଧ୍ୟ ଅତ୍ୟନ୍ତ କ୍ଷତିକାରକ ।

ଚିପ୍ସ : ଏପରିକି ଚିପ୍ସର ଛୋଟ ଖଣ୍ଡଗୁଡ଼ିକ ଦାନ୍ତ ମଧ୍ୟରେ ଅଟକିଯାଏ । ଯାହା ଫଳରେ ଦାନ୍ତରେ ଜୀବାଣୁ ରହିଥାନ୍ତି । ଯାହା ଦାନ୍ତ ଖରାପ ହେବାର ମୁଖ୍ୟ କାରଣ |