ପାକିସ୍ତାନ: ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି। ପେଟ୍ରୋଲ ଓ ଡିଜେଲ ଦର ୩୦୦ ଟଙ୍କା ପାର୍ କରିଛି। ଏହି ଦରବୃଦ୍ଧି ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇଛି । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩୦୦ ଟଙ୍କା ଅତିକ୍ରମ କରିଛି।
ଆର୍ଥିକ ସଂକଟ ପାକିସ୍ତାନର ମେରୁଦଣ୍ଡକୁ ଦୁର୍ବଳ କରିଥିବାବେଳେ ଏବେ ଇନ୍ଧନ ଦର ବୃଦ୍ଧି ଚିନ୍ତା ବଢାଇଛି । ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ବାହାରକୁ ଯାଇଛି । ଗତକାଲି ପେଟ୍ରୋଲ ଲିଟର ପିଛା ୧୪ ଟଙ୍କା ୯୧ ପଇସା ବଢିଥିବାବେଳେ ଡିଜେଲ ଦର ଲିଟର ପିଛା ବଢିଥିଲା ୧୮ ଟଙ୍କା ୪୪ ପଇସା । ଦେଶରେ ବର୍ତ୍ତମାନ ପେଟ୍ରୋଲ ଦର ୩୦୫ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପିଛା ହୋଇଛି ପ୍ରାୟ ୩୧୨ ଟଙ୍କା ରହିଛି। ତେବେ ତୈଳଦର ବୃଦ୍ଧିର ପ୍ରଭାବ ଜନଜୀବନ ଉପରେ ଗଭୀର ଭାବେ ପଡିବାର ଆଶଙ୍କା ରହିଛି ।