ଗଜପତି/ ବିବେକାନନ୍ଦ ବେହେରା: ଓଡ଼ିଶାର କୃଷି କ୍ଷେତ୍ରରେ କୃଷକର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ସମସ୍ତ କୃଷି ବିଭାଗ ମୁଖ୍ୟ ଅଙ୍ଗ ଭଳି କାର୍ଯ୍ୟକରୀ ଆସୁଛି।କିନ୍ତୁ ଦିନକୁ ଦିନ ସରକାରଙ୍କ ବିଭିନ୍ନ ଯୋଜନା କୃଷି ବିଭାଗ ଉପରେ ବିଭିନ୍ନ ଦାୟିତ୍ୱ ହେଉଥିବା ଓ ଅଧିକାରୀ ମାନେ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ବେଳେ ଦୀର୍ଘ ବର୍ଷ ଧରି ଏହି କୃଷି ବିଭାଗ କ୍ୟାଡର ର ପୁନର୍ବିନ୍ୟାସ ହୋଇ ପାରିନାହିଁ। ଏହାକୁ ନେଇ ଗତ ୩୦ ତାରିଖ ସୁଦ୍ଧା ସରକାର କ୍ୟାଡର ପୁନର୍ବିନ୍ୟାସ ନ କଲେ ତାରିଖ ରୁ ସାମୁହିକ ଛୁଟିରେ ରହିବେ ବୋଲି ରାଜ୍ୟ ସଙ୍ଘର ଅନୁମୋଦନ ରେ ଗଜପତି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଅନୁଯାୟୀ ୩୦ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ସରକାର ନେଇ ନଥିବାରୁ ୩୧ ତାରିଖରୁ ରାଜ୍ୟ ସଙ୍ଘଙ୍କ ନିର୍ଦ୍ଦେଶ ଗଜପତି ଜିଲ୍ଲାରେ କାର୍ୟ୍ୟରତ ଉଦ୍ୟାନ କୃଷି ଅଧିକାରୀ ସେବା ସଙ୍ଘ ଗଜପତି ଶାଖା, କୃଷି ସେବା ସଙ୍ଘ ଗଜପତି ଶାଖା, ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସେବା ସଙ୍ଘ ଗଜପତି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ସାମୁହିକ ଛୁଟି ରହିବା ସହିତ କାର୍ଯ୍ୟାଳୟ ଗୁଡିକରେ କାର୍ୟ୍ୟ ବନ୍ଦ ବ୍ୟାନର ଲାଗି ଥିବାର ଦେଖିବାକୁ ମିଳିଛି।