ଭୁବନେଶ୍ୱର: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ସହିତ ତାଙ୍କଠାରୁ ପାୱାର ଅଫ୍ ଅଟର୍ଣ୍ଣି ପାଇଥିବା ଦୀପକ କୁମାର ଅଗ୍ରୱାଲଙ୍କୁ ବାନ୍ଧିଛି ଭିଜିଲାନ୍ସ । ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ଆସିଥିବା ଅର୍ଥ ସେମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।
ଏହି କାମରେ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଓ ଦୀପକ ବଳାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ରାଉରକେଲାରୁ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏବେ ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ଅଫିସକୁ ଆଣି ପଚାରାଉଚରା କରାଯାଉଛି ।