ଦିଗପହଣ୍ଡି /ହରି ରେଡ୍ଡୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋରଞ୍ଜନ ଗୌଡ଼ ନିଜର ଜନ୍ମଦିନ ଅବସରେ ୨୦୦୦ ଗଛ ଲଗାଇ ଏକ ସୁନ୍ଦର ବାର୍ତ୍ତା ସମାଜକୁ ପ୍ରଦାନ କରିଛନ୍ତି | ତାଙ୍କ ବାପାଙ୍କ ମୃତ୍ୟୁର ୧୫ ଦିନ ବିତି ଯାଇଥିଲେ ମଧ୍ୟ ବାପାଙ୍କ ସ୍ମୃତି ଚାରଣ ଅବସରରେ ଏବଂ ତାଙ୍କ ସ୍ୱର୍ଗୀୟ ଆତ୍ମାର ଶାନ୍ତି ନିମନ୍ତେ ତା ସହିତ ନିଜ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କରି ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି |
ବାପା ସ୍ବର୍ଗତ ହନୁ ଗୌଡଙ୍କ ସ୍ମୃତି ଅବସରରେ ତଥା ହନୁମାଷ୍ଟ୍ରେ ସେବା ସଂସ୍ଥାନ ତରଫରୁ ଏବଂ ନିଜର ଜନ୍ମଦିବସ ଅବସରରେ ଘନଶୀଙ୍ଗି ଗୋଶାଳାରେ ବୃକ୍ଷରୋପଣ କାର୍ୟ୍ୟକ୍ରମ କରିଛନ୍ତି | ସରପଞ୍ଚ ମନୋରଞ୍ଜନ ଗୌଡ଼ ବଦ୍ରୀ ବାବାଙ୍କ ଆଶ୍ରମରେ ଏହି ବୃକ୍ଷ ରୋପଣ କାର୍ୟ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ବାବା ଙ୍କ ନିର୍ଦ୍ଦେଶ କ୍ରମେ କାର୍ୟ୍ୟଟି ବହୁତ୍ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇ ଯାଇଛି |
ସେ ଆଜିକାଲିର ଯୁବ ପୀଢ଼ିଙ୍କୁ କହିଛନ୍ତି ଯେ, ଜନ୍ମ ଦିନରେ ସାଙ୍ଗ ସାଥି କିମ୍ବା ହୋଟେଲ ପାର୍କରେ କେକ କାଟି ସମୟ ନଷ୍ଟ କରିବା ସହିତ ଟଙ୍କା ମଧ୍ୟ ନଷ୍ଟ ହେଉଛି କ୍ଷ ତେଣୁ ସେହି ଅମୂଲ୍ୟ ସମୟକୁ ଯଦି ଆମେ ଗୋଟେ ଗୋଟେ ସମସ୍ତେ ଗଛ ଲଗାଇ ପାରିବା ତାହାଲେ ସମାଜରେ ବିଶ୍ଵତାପନ ଓ ଶ୍ଵାସ ଜନିତ ସମସ୍ୟାରୁ ରକ୍ଷା ପାଇ ପରିବା କ୍ଷ ଦିନକୁ ଦିନ ଜଙ୍ଗଲ ଧ୍ବସଂ ହେବାରେ ଲାଗି ରହିଛି କ୍ଷ ତେଣୁ ଆଗାମୀ ଦିନରେ ଭବିଷ୍ୟତ ପୀଢ଼ି ମାନେ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବେ କ୍ଷ ତେଣୁ ସମସ୍ତେ ବୃକ୍ଷ ରୋପଣ କରନ୍ତୁ ଏବଂ ସମାଜକୁ ସୁରକ୍ଷିତ ରଖନ୍ତୁ |