ଜାମ୍ମୁ; ଯବାନ ନିଖୋଜ । ଯବାନଙ୍କୁ ଘରୁ ନେଇଯାଇଥିବା କାର ମିଳିଛି । ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ସେପଟେ କାରରେ ରକ୍ତଛିଟା ଲାଗିଛି । ଯବାନ ନିଖୋଜ ହେବାପରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି । ଭାରତୀୟ ସେନାରେ ୨୫ ବର୍ଷୀୟ ଯବାନ ଜାୱେଦ୍ ଅହମଦ୍ ୱାନି ଲେହରେ ନିଯୁକ୍ତ ଥିଲେ । ଶନିବାର ରାତି ୮ଟାରୁ ସେ ନିଖୋଜ ହୋଇଯାଇଛନ୍ତି। କାର ନେଇ୍ ଯବାନ ଜଣକ ଘର ପାଇଁ କିଛି ଜିନିଷ ଆଣିବାକୁ ଯାଇଥିଲେ । ବିଳମ୍ବ ଯାଏଁ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଆଖପାଖ ଅଞ୍ଚଳ ଓ କେତେକ ଗାଁରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି ବେଳେ ପାରାନହାଲ୍ ଗାଁରେ ଠାବ କରାଯାଇଥିବା ତାଙ୍କ କାର୍ ପାଖରେ ସେ ପିନ୍ଧୁଥିବା ହଳେ ଚପଲ ଓ ରକ୍ତଛିଟା ଦେଖାଯାଇଥିଲା। କାର୍ର ଡୋର୍ ଖୋଲା ଥିଲା। ତେଣୁ ସେ ଅପହରଣ ହୋଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ।ତେବେ କାରକୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ।