ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ । ଆଜି ସୋମବାର ଶ୍ରାବଣ ମଳ ଶୁକ୍ଳ ଷଷ୍ଟୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ । ସେପଟେ ଆଜିଠୁ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି। ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । କରୋନା ମହାମାରୀ ସମୟରେ ସିଂହଦ୍ୱାର ଛଡ଼ା ଅନ୍ୟ ଦ୍ୱାରକୁ ବନ୍ଦ କରାଯାଇଥିଲା ।