ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ତ ଜଗତପାଟଣା ଗ୍ରାମର ସୁରେନ୍ଦ୍ର ଡାକୁଆଙ୍କ ଘରୁ ଆଜି ଜଣେ ଗର୍ଭବତୀ ନାବାଳିକାକୁ ଉଦ୍ଧାର କରିଛି ପ୍ରଶାସନ । ନାବାଳିକା ଜଣଙ୍କ କଟକ ଶିଖରପୁର ଅଞ୍ଚଳର ହୋଇଥିବା ବେଳେ ସେ କିଛି ମାସହେବ ସୁରେନ୍ଦ୍ରଙ୍କ ଘରେ ରହିଆସୁଥୁଲେ । ତେବେ ନାବାଳିକା ଜଣଙ୍କ ଏଠାରେ ରହୁଥିବା କୌଣସି ସୂତ୍ରରୁ ଖବରପାଇ ବୁଗୁଡା ଥାନା ପୋଲିସ୍ର ସହାୟତାରେ ସିଡିପିଓ ନାବାଳିକାକୁ ଉଧାର କରି ଚାଇଲଡଲାଇନ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ଏକବର୍ଷ ତଳେ ସୁରେନ୍ଦ୍ର ଓ ନାବାଳିକାଙ୍କ ମଧ୍ୟରେ ପ୍ରଥମେ ପ୍ରେମ ହୋଇଥିଲା । ଉଭୟ କଟକରୁ ଆସି ବୁଗୁଡ଼ା ଜଗତପଟଣାରେ ଥିବା ସୁରେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ।