୧୫କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା EOW

ଭୁବନେଶ୍ୱର: ରିଆଲ ଇଷ୍ଟେଟ କମ୍ପାନୀ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ଼ର ଅତିରିକ୍ତ ନିର୍ଦ୍ଧେଶକ ଗିରଫ। ୧୫କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ସନ୍ତୋଷ କୁମାର ରଥକୁ ଗିରଫ କଲା କ୍ରାଇମବ୍ରାଞ୍ଚର EOW । ରସୁଲଗଡ ଅଞ୍ଚଳର ସ୍ବଦେଶ ରାୟ ଚୌଧୁରୀଙ୍କ ଅଭିଯୋଗ କ୍ରମେ ସନ୍ତୋଷକୁ ଗିରଫ କରିଛି EOW । ସୂଚନା ଅନୁଯାୟୀ , ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୨୦୧୬ ମସିହାରେ ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା ସଂସ୍ଥା। ୩୦ମାସ ମଧ୍ୟରେ ଫ୍ଲାଟ ଦେବାକୁ କହିଥିଲା ସଂସ୍ଥା। ନହେଲେ ଟଙ୍କା ଫେରସ୍ତ କରିବ ବୋଲି ସଂସ୍ଥା ସହିତ ଚୁକ୍ତି ହୋଇଥିଲା। ସଂସ୍ଥାର ୟୁଟୋପିଆ ପ୍ରକଳ୍ପରେ ଫ୍ଲାଟ ଦେବାକୁ କୁହାଯାଇଥିଲା। ଯାହାର ମାର୍କେଟିଂ ଦାୟିତ୍ବରେ ଥିଲେ ସନ୍ତୋଷ। ପାଖାପାଖି ୧୩୦ ଜଣଙ୍କ ଠାରୁ ୧୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅଗ୍ରୀମ ଆକାରରେ ନେଇଛି ସମ୍ପୃକ୍ତ ବିଲ୍ଡର ସଂସ୍ଥା। ଫ୍ଲାଟ ମିଳିବା ପରେ ବକେୟା ଅର୍ଥ ଦେଇଥାନ୍ତେ ଗ୍ରାହକ। ୮ବର୍ଷ ପରେ ମଧ୍ୟ ଫ୍ଲାଟ କିମ୍ବା ଟଙ୍କା ଫେରସ୍ତ ନପାଇବାରୁ EOW ପାଖରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ ସ୍ବଦେଶ ଚୌଧୁରୀ। ପରେ ଅଭିଯୁକ୍ତ ସନ୍ତୋଷକୁ ଆଇପିସି ଦଫା ୪୦୬,୪୨୦,୪୬୭,୪୬୮,୪୭୧,୧୨୦Bରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି EOW ।