ବ୍ୟୁରୋ : ମେଦ ବହୁଳତା ଆଜି ସମୟର ଏକ ସାଧାରଣ ସମସ୍ୟା । ମେଦ ବହୁଳତା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ । ଓଜନ କମ୍ କରିବାକୁ ଲୋକେ ନାନା ଉପାୟ କରିଥାନ୍ତି । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କମ ଓଜନକୁ ନେଇ ଚିନ୍ତିତ । ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ ବଢାଇବାକୁ ଚେଷ୍ଟା କରନ୍ତି ଏବଂ ଏଥିପାଇଁ ଅନେକ ତରିକା ମଧ୍ୟ ଆପଣେଇଥାନ୍ତି । ଯଦି ଆପଣ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ତାହେଲେ ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଜିନିଷ । ଓଜନ ବଢିବା ସହ ଆପଣ ଆକର୍ଷଣୀୟ ମଧ୍ୟ ଲାଗିବେ । ଓଜନ ବଢାଇବା ପାଇଁ ଅନେକ ଉପାୟ ରହିଛି କିନ୍ତୁ ସଠିକ ଉପାୟରେ ଓଜନ ବଢାଇଲେ ସୁସ୍ଥ ରହିବା ସହ ଆକର୍ଷଣୀୟ ମଧ୍ୟ ନଜର ଆସିବେ । ଡାଏଟରେ ଏହି ୫ଟି ଜିନିଷ ସାମିଲ କରି ବଢ଼ାଇ ପାରିବେ ଓଜନ ।
୧. ପେସ୍ତା ବାଦାମ – ପେସ୍ତା ବାଦାମରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ପେସ୍ତା ବାଦାମ ସମସ୍ତଙ୍କ ପାଇଁ ଉପଯୁକ୍ତ । କିନ୍ତୁ ସନ୍ତୁଳିତ ମାତ୍ରାରେ ହିଁ ଖାଇବା ଉଚିତ । ଏହା ଶରୀରର ତନ୍ତ୍ର ବିକାଶ ପାଇଁ ଆବଶ୍ୟକ । ପ୍ରତିଦିନ ୪ଟି ପେସ୍ତା ବାଦାମ ଖାଇଲେ ଶାରୀରିକ ବିକାଶ ହୋଇଥାଏ ।
୨. ନଡ଼ିଆ କ୍ଷୀର – ନଡ଼ିଆ କ୍ଷୀରରେ କ୍ୟାଲୋରୀ ଅଛି । ଭୋଜନରେ ନଡ଼ିଆ କ୍ଷୀର ବା ନଡ଼ିଆ ରସ ବ୍ୟବହାର କଲେ ଏହା ଶରୀରରେ କ୍ୟାଲୋରୀ ମାତ୍ରା ବୃଦ୍ଧି କରିଥାଏ । ନଡ଼ିଆ ରସ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
୩. ଅଣ୍ଡା – ଓଜନ ବଢାଇବାକୁ ଚାହୁଁଥିଲେ ଅଣ୍ଡା ଖାଇବା ଉଚିତ । ଶୀତ ଦିନରେ ଅଣ୍ଡା ନିଶ୍ଚୟ ଖାଇବା ଉଚିତ । ଅଣ୍ଡାରେ ଭିଟାମିନ୍-ଏ,ଡି, ମ୍ୟାଗନେସିୟମ୍, ସୋଡିୟମ୍, ପୋଟାସିୟମ୍ ଭଳି ମିନେରାଲ୍ସ ରହିଛି । ପ୍ରତିଦିନ ଅଣ୍ଡା ଖାଇଲେ ଓଜନ ବଢେ କିନ୍ତୁ ସନ୍ତୁଳିତ ମାତ୍ରାରେ ଖାଇବା ଉଚିତ । ଅଧିକ ମାତ୍ରାରେ ଅଣ୍ଡା ସେବନ ଶରୀର ଗରମ କରିଥାଏ ।
୪. କଦଳୀ – ଓଜନ ବଢାଇବା ପାଇଁ କଦଳୀ ସେବନ ସବୁଠାରୁ ଉତ୍ତମ । କଦଳୀ ସ୍ୱାସ୍ଥ୍ୟ ପାଇଁ ହିତକର । କଦଳୀ ଖାଇଲେ ସହଜରେ ଓଜନ ବୃଦ୍ଧି ପାଇଥାଏ । ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ସହ କଦଳୀ ଖାଇବା ଦ୍ୱାରା ଓଜନ ଶୀଘ୍ର ବଢିଥାଏ । ଶରୀର ମଧ୍ୟ ସୁସ୍ଥ ରହିଥାଏ । କଦଳୀ ପାଚନ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।
୫. ବ୍ରାଉନ୍ ରାଇସ୍ – ବ୍ରାଉନ୍ ରାଇସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର । ବ୍ରାଉନ୍ ରାଇସରେ କାର୍ବୋହାଇଡ୍ରେଟ ରହିଛି । ଏଥିରେ ଫାଇବର ମଧ୍ୟ ଅଛି । ବ୍ରାଉନ୍ ରାଇସ୍ ଓଜନ ବଢାଇବା ପାଇଁ ସାହାଯ୍ୟ କରିଥାଏ । ଡାଏଟରେ ଆପଣ ବ୍ରାଉନ ରାଇସ ମଧ୍ୟ ସାମିଲ କରିପାରିବେ ।