ବୌଦ୍ଧ: ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃସଂଶ ସ୍ୱାମୀ । ଘରୋଇ କଳହ ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ କୋଦାଳରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ । ମୃତକ ମହିଳା ଜଣକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ତେବେ ଏହି ଘଟଣା ପରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଫେରାର ଥିବାବେଳେ ପୁଲିସ ତାଙ୍କୁ ଖୋଜୁଥିବା ଜଣାପଡିଛି । ଘରୋଇ କଳହରୁ ଏହି ହତ୍ୟାକାଣ୍ଡ ହୋଇଛି।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସ୍ତ୍ରୀ କନକ ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ କନକଙ୍କୁ କୋଦାଳରେ ପିଟିପିଟି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଛି । ତେବେ ଘଟଣାସ୍ଥଳରେ ହିିଁ କନକଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ରାତିରେ ଏହି ଘଟଣା ହୋଇଥିବା ବେଳେ ହତ୍ୟାକାରୀର ବାପା ରତ୍ନାକର ପ୍ରଧାନ ଏନେଇ ଆଜି ପୋଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।