ଆକ୍ସନ ମୋଡରେ ଟାଙ୍ଗୀ ତହସିଲଦାର, ମୋରମ ଚାଲାଣ ବେଳେ ମାଡି ବସିଲେ ତହସିଲଦାର

ଟାଙ୍ଗୀ/ରାକେଶ ଜଗଦେବ : ବିଳମ୍ବିତ ରାତିରେ କାଳୁପଡା ଘାଟ  ଅଞ୍ଚଳକୁ ମୋରମ ହେଉଥିଲା ଚୋରା ଚାଲାଣ | ବାରମ୍ବାର ଛକି ରହୁଥିଲେ ମଧ୍ୟ୍ୟ ଧରିବାରେ ବିଫଳ ହେଉଥିଲେ ତହସିଲଦାର | ଗତ କାଲି ରାତିରେ ଛଦ୍ମ ବେଶରେ ଚଢାଉ କରିଥିଲେ ତହସିଲ ଦାରଙ୍କ ସହ କର୍ମଚାରୀ | ଚଢାଉ କରି ୫ଟି ମୋରମ ବୋଝେଇ ହାଇୱାକୁ ଜବତ କରିଛନ୍ତି ଟାଙ୍ଗୀ ତହସିଲ ଦାର |

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ଜଙ୍କିଆ କଳାବତୀ ମୌଜାରୁ କାଳୁପଡା ଘାଟକୁ ପ୍ରତି ରାତିରେ ଚାଲାଣ ହେଉଥିଲା ମୋରମ  | ଜଙ୍କିଆ କଳାବତୀ ମୌଜାରୁ ପୋକଲିନ୍ ସହାୟତାରେ ବଡ ବଡ ଗାତ କରି ମୋରମ କରୁଥିଲେ ଚାଲାଣ, ଫଳରେ ସ୍ଥାନୀୟ ଲୋକେ ପଡୁଥିଲେ ଅସୁବିଧାରେ | ଏ ନେଇ ଲୋକେ ଅଭିଯୋଗ କରିବା ପରେ ଆକ୍ସନ ମୋଡକୁ ଆସିଥିଲେ ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ |

ସେପଟେ ମୋରମ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ମାଫିଆ ମାନେ ପୋଲିସ୍ ଓ ପ୍ରଶାସନ ଆଖିରେ ଧୁଳି ଦେବା ପାଇଁ ତହସିଲ କାର୍ଯ୍ୟାଳୟ ଓ ଥାନା ସମ୍ମୁଖ ଦେଇ ବିଳମ୍ବିତ ରାତିରେ ଚାଲାଣ କରୁଥିଲେ ଶହ ଶହ ଟ୍ରକ୍ ହାଇୱା | ରାତି ସାରା ଚାଲୁଥିଲା ମୋରମ ଚୋରା ଚାଲାଣ | ଏହାକୁ ଚଢାଉ କରି ଜବତ କରିଛନ୍ତି ତହସିଲଦାର | ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ରଖିଛନ୍ତି ଚୋରା ମୋରମ ବୋଝେଇ ହାଇୱା | ଏ ନେଇ ତଦନ୍ତ କରୁଛନ୍ତି ଟାଙ୍ଗୀ ତହସିଲ ଦାର ଜନ୍ମେଜୟ ସାହୁ |