ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଏବେ ପତ୍ନୀ ବିଦ୍ୟା ଭାରତୀଙ୍କୁ ହାକୋର୍ଟରୁ ଆଶ୍ୱସ୍ଥି ମିଳିଛି । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ୩ ଜଣଙ୍କ ନାମରେ ଏନବିଡବ୍ଲୁ ଜାରି ହୋଇଥିଲା । ଏନବିଡବ୍ଲୁ ବାହାରିବା ପରେ ବିଦ୍ୟାଭାରତୀଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଥିବା ବେଳେ ଯାହା ସୂଚନା ରହିଛି ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଏନବିଡବ୍ଲ୍ୟୁ ଉପରେ ଅନ୍ତରୀଣ ରହିତାଦେଶ କୋର୍ଟ ଜାରି କରିଛନ୍ତି ।କଠୋର କାର୍ୟ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭରତୀ ହାଇକୋର୍ଟ ଯାଇଥିଲେ । ପୂର୍ଵରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଶ୍ୱସ୍ଥି ମିଳିଥିଲା । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।ଏନବିଡବ୍ଲୁ ଜାରି ପରେ ତାଙ୍କ ବାପା ମଧ୍ୟ ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।
ସୂଚନା ଥାଉକି, ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ୟ୍ୟରତ ଥିବାବେଳେ ୨୦୨୧ ଜୁଲାଇରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ ଏବଂ ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ସୌମ୍ୟରଞ୍ଜନଙ୍କ ବାପା ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟା ଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ ।