ସୋନପୁର: ଆଜି ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତ । ପ୍ରଥମେ କୋଟସମଲାଇରେ ଓହ୍ଲାଇ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । ଏହା ପରେ ଉଲୁଣ୍ଡା ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ ।ସେଠାରେ ଲୋକଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ନେଇ ପ୍ରତୀଶ୍ରୁତି ଦେଉଛନ୍ତି ୫ଟି ସଚିବ । ପରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ସ୍ଥାନକୁ ଯିବେ ୫ଟି ସଚିବ ଭିକେ ପାଣ୍ଡିଆନ ।