ଭୁବନେଶ୍ୱର: ନାଗା ସାଧୁଙ୍କୁ ଉଠାଇନେଲା ଭୁବନେଶ୍ୱର ମଞ୍ଚେଶ୍ୱର ପୋଲିସ । ୫ଜଣ ଛଦ୍ମବେଶୀ ବାବାଙ୍କୁ ଧରିଲା କମିଶନରେଟ ପୋଲିସ । ନାଗା ସାଧୁ ମାନେ ନନ୍ଦନକାନନ ଅଞ୍ଚଳରେ ତନ୍ତ୍ର ପାଠ କରିବା ସହିତ ଏଭଳି ଲୁଟପାଟ କରୁଥିଲେ । ଗତକାଲି ଲୁଟ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ , ରଘୁନାଥପୁରର ରାକେଶ ପାଢିଆରୀ ସୁନା ଗହଣା ଚୋରି ନେଇ ଥାନାରେ ଏତଲା ଦେଇଥିଲେ । ଏବେ ଉତ୍ତରପ୍ରଦେଶ ନମ୍ବର ଥିବା ଏକ ବୋଲେରୋ ଜବତ କରିଛି ପୋଲିସ । ଏ ନେଇ ଉତ୍ତରପ୍ରଦେଶ ପୋଲିସ ସହ ଆଲୋଚନା କରିବ କମିଶନରେଟ ପୋଲିସ ।