ରାଗିକି ଖଣ୍ଡ ଖଣ୍ଡ କରି ଲିଭ-ଇନ ପାର୍ଟନରକୁ ପ୍ରେସରକୁକରରେ ଶିଝାଇଲା ବୟଫ୍ରେଣ୍ଡ୍

ମୁମ୍ବାଇ:ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ମର୍ଡର କେସ୍ ଭଳି ଏକ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି । ଲିଭ୍-ଇନ୍ ପାର୍ଟନରକୁ ହତ୍ୟାପରେ ଖଣ୍ଡ ଖଣ୍ଡ କଲା ପ୍ରେମିକ । ଏତିକିରେ ମନ ଶାନ୍ତି ହୋଇ ନଥିଲା ମୃତଦେହ ଖଣ୍ଡକୁ ପ୍ରେସରକୁକରରେ ପକାଇ ଶିଝାଇଥିଲା । ଲିଭ୍-ଇନ୍ରେ ରହୁଥିବା ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ହତ୍ୟା ପରେ ଗଛ କଟା ମେସିନ୍ରେ ମୃତଦେହ ଖଣ୍ଡ ଖଣ୍ଡ କରିଥିଲା। ଏହାପରେ ଶରୀରର ଏହି ଖଣ୍ଡ ଅଂଶକୁ ପ୍ରେସର୍କୁକର୍ରେ ଶିଝାଇ ଦେଇଥିବା ଜଣାପଡ଼ିଛି। ଯେପରି କୌଣସି ଦୁର୍ଗନ୍ଧ ନଆସେ ଓ କେହି ଯେପରି ନଜାଣି ପାରନ୍ତି ଏଥିପାଇଁ ସେ ଏପରି କରିଥିବା କୁହାଯାଉଛି।

ସୂଚନାମୁତାବକ ମୀରା ରୋଡ୍ ସ୍ଥିତ ନୟା ନଗର ଥାନା ଅନ୍ତର୍ଗତ ଗୀତା-ଆକାଶଦୀପ ସୋସାଇଟିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଡିସିପି ଜୟନ୍ତ ବାଜବାଲେ କହିଛନ୍ତି ମୃତ ମହିଳା ୩୨ ବର୍ଷିୟ ସରସ୍ବତୀ ବୈଦ୍ୟ ବୋଲି ଜଣାପଡିଛି। ସେ ୫୬ ବର୍ଷ ବୟସ୍କ ବନ୍ଧୁ ମନୋଜ ସାହାଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ସେ ୫୬ ବର୍ଷ ବୟସ୍କ ବନ୍ଧୁ ମନୋଜ ସାହାଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ସମଗ୍ର ଘଟଣାର ତଦନ୍ତ ଚାଲିଛି। ଫ୍ଲାଟରୁ ବାହାରୁଥିବା ଦୁର୍ଗନ୍ଧ ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସୋସାଇଟିର ସପ୍ତମ ମହଲାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ଦୁର୍ଗନ୍ଧ ନ ବ୍ୟାପିବା ପାଇଁ ଅଭିଯୁକ୍ତ ମୃତ ଶରୀରର ଖଣ୍ଡଗୁଡ଼ିକୁ ଏକ କୁକରରେ ଫୁଟାଇ ଦେଇଥିଲା। ଏହା ସତ୍ତ୍ୱେ ପଡୋଶୀମାନେ ଅଜବ ଗନ୍ଧ ଯୋଗୁଁ ବିବ୍ରତ ହୋଇଥିଲେ, ତେଣୁ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।