ଇସ୍ରୋ ‘ସତୀଶ ଧୱନ ସ୍ପେସ ସେଣ୍ଟର’ରୁ ‘ଏନଭିଏସ-୦୧’ ସାଟେଲାଇଟ୍ ଉତକ୍ଷେପଣ କରିଛି

ଶ୍ରୀହରିକୋଟା: ଆଜି ଆନ୍ଧ୍ରପ୍ରଦେଶ ଅନ୍ତରର୍ଗତ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ ସ୍ପେସ ସେଣ୍ଟର’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଏନଭିଏସ-୦୧’ ସାଟେଲାଇଟ୍ର ସଫଳ ଉତକ୍ଷେପଣ କରାଉଛି ।୨୨୩୨ କିଲୋଗ୍ରାମ ଓଜନର ଏହି ଦିଗବାରେଣୀ ବା ‘ନେଭିଗେସନ ସାଟଲାଇଟ’କୁ ସତୀଶ ଧୱନ ସ୍ପେସ ସେଣ୍ଟର ରେ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ୫୧.୭ ମିଟର ଉଚ୍ଚ ରକେଟ୍ ‘ଜିଏସଏଲଭି ଏଫ ୧୨’ ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦.୪୨ରେ ଛଡାଯାଇଥିବା ଏହି ରକେଟ୍ ୨୦ ମିନିଟ ଧରି ମହାକାଶକୁ ଉଠିବା ପରେ ସେଥିରେ ଥବା ସାଟେଲାଇଟକୁ ତାର ନିର୍ଦ୍ଧିଷ୍ଟ କକ୍ଷପଥକୁ ଛଡାଯାଇଥିଲା । ‘ଏନଭିଏସ-୦୧’ ନାମକ ଏହି ସାଟେଲାଇଟ ‘ଏଲ୧’, ‘ଏଲ୫’ ଏବଂ ‘ଏସ ବ୍ୟାଣ୍ଡ’ ଆଦି ‘ପ୍ଲେଲୋଡ’ ନେଇ ଯାଇଛି ।ଏଥବରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗୋଟିଏ ‘ରୁବିଡିୟମ କ୍ଲକ୍’ (ଅଟୋମେଟିକ ଘଣ୍ଟା) ମଧ୍ୟ ରହିଛି । ଏହି ସାଟେଲାଇଟ ୧୨ ବର୍ଷରୁ ଅଧିକ ସମୟ ଧରି କକ୍ଷପଥରେ ପରିକ୍ରମା କରିବା ସହିତ ସେବା ଯୋଗାଇବ ବୋଲି ‘ଇସ୍ରୋ’ କହିଛି ।