ଚଳିତ ବର୍ଷ ଅନଲାଇନ ମାଧ୍ୟମ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ହେବ ଆବେଦନ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଅନୁମୋଦିତ ଗଣମାଧ୍ୟମ ରେ କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ପଞ୍ଜିକରଣ କରି ତାଲିକା ଭୁକ୍ତ କରାଯିବା ପାଇଁ ଆଗାମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ପ୍ରାପ୍ତ ହୋଇଛି । ପ୍ରକାଶ ଥାଉ କି ଏହି ସ୍ୱାସ୍ଥ୍ୟ ବୀମା ଯୋଜନା ରେ ଜଣେ କାର୍ୟ୍ୟରତ ସାମ୍ବାଦିକ କିମ୍ବା ସାମ୍ବାଦିକା ବନ୍ଧୁ ନିଜକୁ ମିଶାଇ ନିଜ ପରିବାର ର ଆଉ ୪ ଜଣ ନିର୍ଭରଶୀଳ ସଦସ୍ୟ ଙ୍କ ସହିତ ସର୍ବାଧିକ ୫ ଜଣଙ୍କ ପାଇଁ ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇପାରିବେ. ଏହି ୫ ଜଣ ଙ୍କ ମଧ୍ୟରେ ସାମ୍ବାଦିକ କିମ୍ବା ତାଙ୍କର ୩ ଜଣ ସନ୍ତାନ/ସନ୍ତତି ଯାହାଙ୍କ ବୟସ ୨୫ ବର୍ଷ ରୁ କମ ହୋଇଥିବା ଆବଶ୍ୟକ। ସୂଚନା ଯୋଗ୍ୟକି ଏଥି ନିମନ୍ତେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାମ୍ୱାଦିକ ବନ୍ଧୁ ମାନଙ୍କ ପାଇଁ ଅନଲାଇନରେ ୱେବ୍ ଆପ୍ଲିକେସନ ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ୱେବ ମଡୟୁଲ୍ ଟି ପୂର୍ଣ୍ଣାଙ୍ଗ ଉନ୍ନତିକରଣ ସମ୍ଭନ୍ଧ ରେ ବିଭାଗୀୟ କର୍ତ୍ତୃକ୍ଷଙ୍କ ଠାରୁ ସୂଚନା ପ୍ରାପ୍ତି ପରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉଦ୍ଦିଷ୍ଟ ୱେବ ସାଇଟ କୁ ପ୍ରବେଶ କରି ନିଜେ ନିଜର ସମସ୍ତ ପ୍ରମାଣ ପତ୍ର ସହିତ ପୂର୍ଣ୍ଣାଙ୍ଗ ବିବରଣୀ ସହ ୱେବ ଆପ୍ଲିକେସନ ଫର୍ମ ରେ ଆବେଦନ କରିପାରିବେ ଅଥବା କୌଣସି ଜନସେବା କେନ୍ଦ୍ରର ସହାୟତା ନେଇ ଆବେଦନ କରିପାରିବେ । ଏହି ୱେବ ସାଇଟ ଟି କାର୍ୟ୍ୟକ୍ଷମ ହେବା ନେଇ ବିଭାଗ ପକ୍ଷରୁ ସୂଚନା ପ୍ରାପ୍ତି ପରେ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅବଗତ କରାଇ ଦିଆଯିବ। ତେବେ ଆବେଦନ ପ୍ରକ୍ରିୟାରେ ଫର୍ମ ପୂରଣ ସମୟରେ ଅପଲୋଡ଼ ପାଇଁ ଆବଶ୍ୟକ ହେବାକୁ ଥିବା କିଛି ଦସ୍ତାବିଜ ଯଥା ନିଜର ଭେଲିଡ(ବୈଧ )ପ୍ରେସ ପରିଚୟ ପତ୍ର , ସମ୍ପୃକ୍ତ ଗଣ ମାଧ୍ୟମ ସମ୍ପାଦକ/ଏଡିଟରଙ୍କ ଠାରୁ ନିଯୁକ୍ତି ପତ୍ର, ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟ, ଫଟୋ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର, ବୈଧ ଇ ମେଲ ଆଇ. ଡି., ମୋବାଇଲ ନମ୍ବର ଏବଂ ସାମ୍ବାଦିକ ଙ୍କ ନିର୍ଭରଶୀଳ ପରିବାର ସଦସ୍ୟ ମାନଙ୍କ ଆଧାର କାର୍ଡ ଓ ବୟସ ପ୍ରମାଣ ପତ୍ର ଇତ୍ୟାଦି ପୂର୍ବରୁ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସୂଚାଇ ଦିଆଯାଉ ଅଛି। ସାମ୍ବାଦିକ ବନ୍ଧୁ ମାନେ ଅନଲାଇନ ରେ ଆବେଦନ କରିସାରିବା ପରେ ସମସ୍ତ ଦସ୍ତାବିଜ ସହିତ ଆବେଦନ ପତ୍ର ର ଏକ ନକଲ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମୟୁରଭଞ୍ଜ ଙ୍କ କାର୍ୟ୍ୟାଳୟ ରେ ଦାଖଲ କରିବା ଆବଶ୍ୟକ। ଏହା ପରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସ୍ତରରେ ଅକ୍ଷବଶ୍ୟକୀୟ ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆବେଦନ ପତ୍ର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡିଶା ଙ୍କ ନିକଟକୁ ପ୍ରେରଣ କରାଯିବ।