ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରକୁ ମୋବାଇଲ ଫିଙ୍ଗିଲେ ଦୁର୍ବୁତ୍ତ । ରୋଡ ଶୋ’ ବେଳେ ମୋଦୀଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଦୁର୍ବୁତ୍ତ ମାନେ ମୋବାଇଲ ଫିଙ୍ଗିଲା ବେଳେ ମୋବାଇଲକୁ ହାତରେ ଅଟକାଇଛନ୍ତି ସୁରକ୍ଷାକର୍ମୀ । କିନ୍ତୁ ଅଘଟଣକୁ ନେଇ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ମୁତାବକ, କୋଚିରେ ରୋଡ ଶୋ ବେଳେ ମୋବାଇଲ ଫିଙ୍ଗିଦେଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦେହରେ ବାଜିବା ଆଗରୁ ହାତରେ ଧରିନେଲେ ସୁରକ୍ଷାକର୍ମୀ । ତେବେ ମୋଦୀଙ୍କ ସହ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲ ଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜି ନଥିଲା । ଗତ ସୋମବାର କୋଚିରେ ରୋଡ୍ ଶୋ’ ସମୟରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମୋଦୀଙ୍କ ସୁରକ୍ଷାରେ ଏହା ଏକ ବଡ ତ୍ରୁଟି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।ତେବେ କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିଲା ହତ୍ୟା ଧମକ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମାରେ ଉଡାଇଦେବା ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ବୋମା ମାଡ କରି ହତ୍ୟା କରାଯିବାକୁ ମିଳିଥିଲା ଧମକ । ଏହା ସତ୍ୱେ କେରଳର କୋଚିରେ ପହଞ୍ଚି ବିଶାଳ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ କିଲୋମିଟର ପର୍ୟ୍ୟନ୍ତ ରାସ୍ତାରେ ଚାଲି ଚାଲି ଲୋକଙ୍କ ଠାରୁ ଅଭିବାଦନ ନେଇଥିଲେ । ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।