ମୟୂରଭଞ୍ଜ : କୁଡୁମୀ ଜନଜାତିଙ୍କୁ ଏସଟି ମାନ୍ୟତା ଦାବି । ଏସଟି ମାନ୍ୟତା ଦାବି ନେଇ ୬ ଘଣ୍ଟିଆ ବନ୍ଦ ପାଳନ କରିଛି କୁଡୁମୀ ସେନା । ମୟୂରଭଞ୍ଜ ଜିଲ୍ଲାରେ ଆଜି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିଥିଲା କୁଡୁମୀ ସେନା । ମୟୂରଭଞ୍ଜ ସହ ଉଦଳା ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ଦ୍ଵାରା ଆଜି ଦୋକାନ ବଜାର ଓ ବସ୍ ଚଳାଚଳ ବନ୍ଦ ରହିଥିଲା । ତେବେ ସ୍କୁଲ କଲେଜ ଓ ସରକାରୀ ଅଫିସ ଖୋଲା ରହିଥିଲା । ଆଗାମୀ ଦିନ ରେ ସରକାର ଯଦି ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ନିର୍ବାଚନ ଉଚିତ ଜବାବ ଦିଆଯିବ ବୋଲି କୁଡୁମୀ ସେନା ପ୍ରକାଶ କରିଛି!