ବାଣ ବିସ୍ଫୋରଣରେ ୪ ମୃତ୍ୟୁ

ଟାଙ୍ଗୀ: ବାଣ ନେଲା ଜୀବନ । ଟାଙ୍ଗୀ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ଆହାତ ମାନଙ୍କୁ ପ୍ରଥମେ ଟାଙ୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ନିଆଁ କୁ ଆୟତ କରିଛନ୍ତି ।
ଦୋଳ ଯାତ୍ରା ପାଇଁ ବାଣ ତିଆରି କରୁଥିବା ବେଳେ ଏଭଳି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ସରକାରୀ ଜାଗାରେ ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।