ବରଗଡ ଓ ଝାରସୁଗୁଡାରୁ ନକଲି ମେଡିସିନ ଜବତ ଘଟଣାରେ ବାରାଣସୀ ଲିଙ୍କ୍

ଲକ୍ଷ୍ନୗ: ଉତ୍ତରପ୍ରଦେଶ ଏସଟିଏଫକୁ ମିଳିଛି ବଡସଫଳା । ନକଲି ମେଡିସିନ ପଛରେ ବାରାଣସୀ ଲିଙ୍କ୍ । ବରଗଡ ଓ ଝାରସୁଗୁଡାରୁ ନକଲି ମେଡିସିନ ଜବତ ଘଟଣାରେ ବାରାଣସୀ ଲିଙ୍କ । ୩୦୦ ପେଟି ନକଲି ଔଷଧ ଜବତ କରିଛି ଏସଟିଏଫ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ସାଢେ ୭ କୋଟି ଟଙ୍କା ।ଓଡ଼ିଶା ସରକାରଙ୍କ ସୂଚନା ଆଧାରରେ ୟୁପି ଏସଟିଏଫ କରିଛି ରେଡ୍। ୟୁପିର ସିଗ୍ରା ଥାନା ଅଞ୍ଚଳର ଏକ ଘରୁ ନକଲି ମେଡିସିନ ଜବତ ହୋଇଛି।ସୂଚନା ଅନୁଯାୟୀ, ୟୁପିର ସିକନ୍ଦରାବାଦର ଅଶୋକ କୁମାରଙ୍କ ଘରୁ ମେଡିସିନ ଜବତ କରାଯାଇଛି। ୟୁପି ପୋଲିସ ଅଶୋକଙ୍କୁ ପଚରାଉଚରା କରୁଛି।ଅଶୋକର ତଥ୍ୟ ଆଧାରରେ ଲହରତରାର ଏକ ଗୋଦାମରୁ ସିଜ୍ କରାଯାଇଥିବା ବେଳେ ଗୋଦାମରୁ ୪ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।