ଭୁବନେଶ୍ୱର: – ଅବକାରୀ ଆଇନ୍ ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତ ମାନଙ୍କରେ ସାକ୍ଷ୍ୟପ୍ରଦାନ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବକାରୀ ନିର୍ଦ୍ଦେଶାଳୟରେ ଆୟୁକ୍ତ ଶ୍ରୀଯୁକ୍ତ ଆଶୀଷ କୁମାର ସିଂହ ଉଦ୍ଘାଟନ କରିଛନ୍ତି |ଏହି କର୍ମଶାଳାରେ ସମଗ୍ର ଓଡିଶାର ଅବକାରୀ କର୍ମଚାରୀମାନେ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ।
କର୍ମଶାଳାରେ ଶ୍ରୀରାକେଶ କୁମାର ପୋଥାଳ ଓ ଶ୍ରୀ ବିଶ୍ବ ରଞ୍ଜନ ରାଉତ, ସହକାରୀ ଅଭିଯୋଜକ, ଭୂବନେଶ୍ବର ଯୋଗଦେଇ ଅନଲାଇନ୍ ମାଧ୍ୟମରେ ଅବକାରୀ ଆଇନ୍ ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତ ମାନଙ୍କରେ ସାକ୍ଷ୍ୟପ୍ରଦାନ ଉପରେ ଆଲୋଚନା କରିଥିଲେ।ଏଥି ସହିତ ଆଇନ୍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ଉପରେ ତର୍ଜମା କରିଥିଲେ ଓ ଅବକାରୀ କର୍ମଚାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ।ଏହିକର୍ମଶାଳାକୁ ଅବକାରୀ ଉପଆୟୁକ୍ତ ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ | ଉପଆୟୁକ୍ତ ଶ୍ରୀଯୁକ୍ତ ରଜତ କୁମାର ପ୍ରହରାଜ ଓ ଶ୍ରୀଯୁକ୍ତ ଡମ୍ବରୁ ଧରଖଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ |