ଏଡିଜି ଅରୁଣ ବୋଥ୍ରାଙ୍କ ନିର୍ଦ୍ଧେଶରେ ଗିରଫ ହେଲେ ASI ଗୋପାଳକୃଷ୍ଣ

ଭୁବନେଶ୍ୱର : ପଞ୍ଚଭୂତରେ ଲୀନ ହେଲେ ମନ୍ତ୍ରୀ ନବକିଶୋର ଦାସ | ଛାତିରେ ଗୁଳି ବାଜିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି | ତେବେ ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦେଲେ IIC । ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଦେଲେ ଏତଲା । ହତ୍ୟା ଉଦ୍ଦେଶ୍ୟରେ ନବ ଦାସଙ୍କୁ ଫାୟାରିଂ କରିଥିଲେ ASI । ଅତି ନିକଟରୁ ASI ଗୋପାଳକୃଷ୍ଣ ଫାୟାରିଂ କରିଥିଲେ । ସେପଟେ ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଚାଲିଥିଲା ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।ଜେରା ସରିବା ପରେ ASI ଗୋପାଳକୃଷ୍ଣ ଙ୍କୁ ଗିରଫ କରାଯାଇଛି | ତେବେ କାହିଁକି ଓ କଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଂଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ |