ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ

ପୁରୀ : ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାରେ କରାଯାଉଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରଥମେ ସ୍ୱର୍ଗ ଦ୍ୱାର ଯାଇ ଶବ ସତ୍କାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ | ତେବେ କାର୍ଯ୍ୟ କେତେ ବାଟ ଆଗକୁ ଯାଇଛି, ଜିଲ୍ଲା ପ୍ରଶାସନଠୁ ନେଲେ ଅପଡେଟ୍ ନେଇ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ ଶ୍ରୀ ମହାପାତ୍ର |