ଭୁବନେଶ୍ୱର : ବିଶ୍ୱକପ ହକିପାଇଁ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆନ୍ତର୍ଜାତିକ ହକି ମହାସଂଘ ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍ଆଇଏଚ୍ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହୋଇଛି । ଏହି ଆଲୋଚନା ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ | ତେବେ ଧୀରେ ଧୀରେ ହକିପ୍ରତି ଲୋକଙ୍କ ମନରେ ବଢ଼ିବାରେ ଲାଗିଛି ଆଗ୍ରହ | ଏବେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତରେ ଅନୁଷ୍ଠିତ ହେଉଛି ବିଶ୍ୱକପ ହକି |କଳିଙ୍ଗ ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ମଧ୍ୟରେ ପରିଗଣିତ ହେଉଥିବା ବେଳେ ରାଉରକେଲାରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ , ଯାହା କି ଓଡିଶା ହକି ପାଇଁ ସୃଷ୍ଟି କରିଛି ନୂଆ ଅଧ୍ୟାୟ ।