ନୂଆଦିଲ୍ଲୀ : ରାଜସ୍ଥାନରେ ଜାରି ରହିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା । ୧୦୦ ଦିନରୁ ଅଧିକ ସମୟ ଧରି ରାହୁଲ ଦେଶରେ ପଦଯାତ୍ରା କରିବା ସହ ବହୁ ଲୋକଙ୍କୁ ଭେଟୁଛନ୍ତି। ଏଥି ସହିତ ରାହୁଲଙ୍କ ଏହି ଭାରତ ଯୋଡ ଯାତ୍ରାକୁ ମଧ୍ୟ ବେଶ ସଫଳତା ମିଳିବାରେ ଲାଗିଛି।ତେବେ ଏସବୁ ଭିତରେ ରାହୁଲ ଗତକାଲି ରାଜସ୍ଥାନରେ ଏକ ଜନସଭାରେ କହିଛନ୍ତି ଯେ ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଟୁଇଟରରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ରାହୁଲ କହିଛନ୍ତି, ‘ନଫରତ କି ବାଜାର ମେ ମୋହବ୍ବତ କୀ ଦୁକାନ ଖୋଲ ରହା ହୁଁ’ । ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ସେ ଏହି ଦୋକାନ ଖୋଲିଥିବା ଖୋଲାଖୋଲି ଭାବେ କହିଛନ୍ତି ।
ଭିଡିଓରେ ରାହୁଲ କହିଛନ୍ତ, ତୁମେ ମୋତେ ଘୃଣା କର, ମୋତେ ଗାଳି ଦିଅ । ଏସବୁ ଆପଣଙ୍କ ହୃ୍ଦୟର କଥା । ଆପଣଙ୍କ ବଜାର ଘୃଣାର । ମୋ ଦୋକାନ ପ୍ରେମର’ ବୋଲି କହିଛନ୍ତି । ଏ ପ୍ରେମର ଦୋକାନ ଖାଲି ତାଙ୍କର ନୁହେଁ, ଏହା ପୁରା ସଂଗଠନର ବୋଲି କହିଛନ୍ତି ।ସେ ମହାତ୍ମାଗାନ୍ଧି, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରି ନେତାଙ୍କ ନାଁ ନେଇ କହିଥିଲେ ଏ ସମସ୍ତେ ମୋହବ୍ବତର ଦୋକାନ ଖୋଲିଥିଲେ । ବିଜେପିର ସାଂପ୍ରଦାୟିକ ମନୋଭାବକୁ ଇଙ୍ଗିତ କରି କହିଥିଲେ, ରାସ୍ତାରେ ଯିବା ବେଳେ ଅନେକ ପ୍ରିୟ ମିତ୍ରଙ୍କ ସହ ସାକ୍ଷାତ ହୁଏ ଯେଉଁମାନଙ୍କ ବଜାର ଘୃଣା ଆଉ ନଫରତ । ଏମାନେ ବିଶେଷ କରି ବିଜେପିର ବୋଲି ସେ ନାଁ ନେଇ କହିଥିଲେ ।ରାହୁଲଙ୍କର ଏହି ଭିଡିଓଟି ତାଙ୍କ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଖୁବ ଭାଇରାଲ ହୋଇଛି ।