ଗାନ୍ଧୀନଗର: ଗୁଜରାଟର ୧୮ଶ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍ ଆଜି ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ । ଏହା ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ଦ୍ବିତୀୟ ଥର । ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । କଂଗ୍ରେସକୁ ହରାଇ ମହା ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ରୁ ୧୫୬ଟି ଆସନ ଦଖଲ କରିଛି । ବିଜେପିର ଏହି ମହାବିଜୟ ପରେ ପୁଣି ଥରେ ଗୁଜରାଟରେ ଭୂପେନ୍ଦ୍ରଙ୍କ ନେତୃତ୍ୱକୁ ଦଳ ଭରସା କରିଛି । ପଟେଲ ପରେ କୁନୁଭାଇ ଦେଶାଇ, ଋଷିକେଶ ପଟେଲ୍, ରାଘବଜୀ ପଟେଲ୍, ବଲ୍ୱନ୍ତ ସିଂହ ରାଜପୁତ, କୁଆଁର୍ଜି ବୱାଲିୟା, ମୁଲୋଭାଇ ବେରା, କୁବେର ଦିନଦୋର୍, ଭାନୁବେନ୍ ବାବରିୟା, ହର୍ଷ ସାଙ୍ଘୱି ଓ ଜଗଦୀଶ ବିଶ୍ବକର୍ମା ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି।