ତୀର ମାରି ହତ୍ୟାକରି ଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ପାରିବାରିକ ଘଟଣା ଓ ପୂର୍ବ ଶତ୍ରୁତାକୁ ନେଇ ତୀର ମାଡ଼ରେ ପଡୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଯାଇଛି ।

ସୁଚନା ଯୋଗ୍ୟ ତା ୨୦/୧୦/୨୦୨୦ ମସିହା ରାତି ୯ ଟା ପାଖାପାଖି ସମୟରେ ସମରା ଦେହୂରୀ ନିଜର ସ୍ତ୍ରୀ ସହିତଘର ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ପଡୋଶୀ ଛୋଟରାୟ ଦେହୂରୀ(୩୮) ହଠାତ୍ ପହଞ୍ଚି ସମ୍ରାଟଙ୍କୁ ଧନୁତୀର ବ୍ୟବହାର କରିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମରାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ନିଆ ଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଘଟଣାକୁ ନେଇ ସମରାଙ୍କ ସ୍ତ୍ରୀ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏକ ମାମଲା କେଶ ନମ୍ବର ୭୦/୨୦ ରୁଜୁ ହୋଇଥିଲା । ଘଟଣାକୁ ନେଇ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ୧୩ ଜଣ ସାକ୍ଷୀ , ପୋଲିସ ରିପୋର୍ଟ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଆଜୀବନ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି ।