ମଟନ ପାଇଁ ଚାଲିଗଲା ପଡୋଶୀଙ୍କ ଜୀବନ

ଭୋପାଳ : କଥାରେ ଅଛି ଦୁଇଜଣଙ୍କ କଳିରେ ତୃତୀୟ ବ୍ୟକ୍ତିର ଲାଭ ହୋଇଥାଏ । ହେଲେ ଏଠି କଥା ଟିକିଏ ଓଲଟା ହୋଇଯାଇଛି । ଦୁୁଇଜଣଙ୍କ କଳିରେ ତୃତୀୟ ବ୍ୟକ୍ତି ମୁଣ୍ଡ ପୁରାଇବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ ପରିବାର କଳି ପାଇଁ ଚାଲିଗଲା ପଡୋଶୀଙ୍କ ଜୀବନ । ହଁ ଦର୍ଶକବନ୍ଧୁ ଆପଣଙ୍କୁ ଏହି କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସତ । ଗତ ମଙ୍ଗଳବାର ଭୋପାଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମାଂସ ରୋଷଇକୁ ନେଇ ଝଗଡା ଲାଗିଥିଲା । ସ୍ୱାମୀ ପପୁ ଘରକୁ ମାଂସ କିଣି ଆଣିଥିଲେ । ହେଲେ ସେଦିନ ମଙ୍ଗଳବାର ହୋଇଥିବାରୁ ସ୍ତ୍ରୀ ରୋଷେଇ କରିବାକୁ ମନା କରିଦେଲେ । ଆଉ ତାପରେ ଆରମ୍ଭ ହୋଇଥିଲା କଥା କଟାକଟି । ସମାନ୍ୟ କଥା ବଡ ଝଗଡାରେ ପରିଣତ ହୋଇଗଲା ।

ସେହି ସମୟରେ ସେମାନଙ୍କ ପଡୋଶୀ ବିଲୁ ତାଙ୍କ ଘରକୁ ଆସି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାଇ ଥିଲେ । ଏହାପରେ ବିଲୁ ସେଠାରୁ ଚାଲି ଯାଇଥିଲା । ହେଲେ ପପୁ ନିଜ ରାଗକୁ ଆୟତ ନ କରିପାରି ସିଧା ବିଲୁ ଘରେ ଯାଇ ପହଞ୍ଚି ଯାଇଥିଲା । ଆମ କଳି ମଧ୍ୟରେ କାହିଁକି ମୁଣ୍ଡ ପୁରାଇଲୁ କହି ବିଲୁ ଉପରକୁ ଆକ୍ରମଣ କରିଥିଲା । ପପୁ ଆକ୍ରମଣରେ ବିଲୁର ଜୀବନ ଚାଲିଯାଇଛି । ଏ ନେଇ ଗତ ମଙ୍ଗଳବାର ପପୁର ସ୍ତ୍ରୀ ପୋଲିସ ଆଗରେ ଅଭିଯୋଗ କରିବା ପରେ ପୋଲିସ ପପୁକୁ ଗିରଫ କରିଛି ।ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ପରିସ୍ଥିତି ଯାହା ଅନ୍ୟ କଥାରେ ମୁଣ୍ଡ ନ ପୁରାଇବା ଶହେ ଗୁଣେ ଭଲ ।