ମିସନ୍ ଲାଇଫ ର ଶୁଭାରମ୍ଭ କଲେ ମୋଦି

ବ୍ୟୁରୋ :ମିସନ ଲାଇଫ୍  ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆଜି ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ନିକଟରେ ଜାତିସଂଘର ମୁଖ୍ୟ ଆଣ୍ଟୋନି ଗୁଟେରସ୍ ଓ ନରେନ୍ଦ୍ର ମୋଦି ଏହାକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି । ଶୁଭାରମ୍ଭ ସମୟରେ ମୋଦି କହିଛନ୍ତି ଜଳବାୟୁର ପରିବର୍ତ୍ତନ ତଥା ନିଅଣ୍ଟିଆ ଜଳ ଅଭାବ କ୍ଷେତ୍ରରେ ଏହା ବେଶ ସହାୟକ ହେବ । ଆବଶ୍ୟକୀୟ ଜଳବାୟୁ ବି ସରକାରଙ୍କ ପାଇଁ ଏକ ବଡ ସମସ୍ୟା । ତେଣୁ କରି ଜମସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହାକୁ ସୂଚାରୁ ରୂପେ ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଗୁଟେରସ୍ କହିଛନ୍ତି ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବିଶ୍ୱସନୀୟ ଭାବେ ସମନ୍ୱୟ ଆଣିବା ଭଳି ଗୁରୁ ଦାଇତ୍ୱକୁ ବହନ କରିପାରିବ ।