ଚାଷୀଙ୍କୁ ନୂଆଁଖାଇ ଭେଟି : ୪୧ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା

ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଁଖାଇରେ ୮ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର ।

ଭୁବନେଶ୍ୱର : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭେଟି। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର । ରାଜ୍ୟର ୪୧ ଲକ୍ଷ ଚାଷୀ ଏହି ସହାୟତା ପାଇବେ। ଏଥିପାଇଁ ମୋଟ ୮୬୯ କୋଟି ଟଙ୍କା ଦିଆଯିବ ।

ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ବାବଦକୁ କାଳିଆ ଟଙ୍କା ଦେଇ ଆସୁଛନ୍ତି ସରକାର । ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଁଖାଇରେ ୮ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର ।