ଗଞ୍ଜାମ: ପେଟ ଭିତରେ ଷ୍ଟିଲ ଗ୍ଲାସ । ଗଞ୍ଜାମ ଭୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର ପରେ ପେଟ ଭିତରୁ ବାହାରିଲା ଗ୍ଲାସ । ସାଙ୍ଗ ମାନଙ୍କ ମଜାମସ୍ତି ପାଇଁ ଘଟିଲା ଏଭାଳି ଅଭାନୀୟ ଘଟଣା । ବ୍ୟକ୍ତି ଜଣଙ୍କ ଗୁଜୁରାଟର ସୁରଟରେ ସୁତାକଳରେ କାମ କରନ୍ତି । ତେବେ ସେଠାରେ ତାଙ୍କ ସାଙ୍ଗମାନଙ୍କ ସହ ମଦ୍ୟପାନ କରିବା କରୁଥିଲେ । ତେବେ ଏହି ସମୟରେ ମଦ୍ୟପ ହୋଇ ବ୍ୟକ୍ତିଙ୍କ ମଳଦ୍ୱାର ବାଟେ ଷ୍ଟିଲ ଗ୍ଲାସ ପୁରାଇଦେଇଥିଲେ । ଭୀଷଣ ଯନ୍ତ୍ରଣା ପରେ ନ୍ଖକ୍ସ ଗାଁକୁ ଫେରିଅସିଥିଲେ ବ୍ୟକ୍ତି । ତେବେ ଘଟଣାର ପ୍ରାୟ ୧୦ ଦିନ ପରେ ଅସ୍ତ୍ରୋପଚାର ପରେ ବାହାର କରାଯାଇଛି ଷ୍ଟିଲ ଗ୍ଲାସ । ଡାକ୍ତରି ଟିମଙ୍କ ମିଳିତ ଉଦ୍ୟମ ବଳରେ ମରଣମୁହଁରୁ ବଞ୍ଚିଯାଇଛନ୍ତି ବ୍ୟକ୍ତି ।
ତେବେ ସବୁଠୁ ବଡ଼ କଥା ହେଲା ମଦ୍ୟପ ଅବସ୍ଥାରେ ଏପରି କାଣ୍ଡ ଅପରାଧ । ହେଲେ ଏନେଇ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ନ ହୋଇ ନଥିବା ଜଣା ପଡିଛି । ଏହି ମଦୁଆ ସାଙ୍ଗମାନଙ୍କ ମଜାମସ୍ତି ପାଇଁ ଆଜି ହୁଏ ତ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥଅନ୍ତା । ତେବେ ପେଟ ଭିତରୁ ଗ୍ଲାସଟିକୁ ବାହାର କରାଯିବା ପରେ ବ୍ୟକ୍ତି ଜଣଙ୍କ ସୁସ୍ଥ ଥିବା ଜଣା ପଡିଛି । ଏଥିସହ ତାଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି ।