୮ ବର୍ଷରେ ଅନେକ ବଦଳଛି ମୋଦିଙ୍କ ବିଜେପି

ଦଳରେ ବଢୁଛି ଆମଦାନୀ ନେତାଙ୍କ ପ୍ରାଧାନ୍ୟ

ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। କାରଣ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପିରେ ଆମଦାନୀ ନେତାଙ୍କୁ ମୋବିଲିଟି, ଫ୍ଲେକ୍ସିବିଲିଟି ଓ ଓପରଚ୍ୟୁନିଟି ପ୍ରଦାନ କରିଥାଏ। ଏଥିପାଇଁ ଅନ୍ୟଦଳର ନେତା ବିଜେପି ଆଡକୁ ଆକର୍ଷିତ ହେଉଥିବା ଜଣାପଡିଛି। ଏଥିପାଇଁ ଏକନାଥ ସିନ୍ଦେ, ହିମନ୍ତ ବିଶ୍ୱଶର୍ମା, ମାଣିକ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖଙ୍କ କଥା ବିଚାରକୁ ନିଆଯାଇପାରେ। ଏମାନଙ୍କୁ ତାଙ୍କ ପୂର୍ବ ଦଳରେ କୋଣଠେସା କରାଯାଉଥିଲା। ତେବେ ବିଜେପିକୁ ଯିବା ପରେ ସେମାନଙ୍କ ପ୍ରାଧାନ୍ୟ ବଢିଯାଇଛି। ମୂଳ ବିଜେପି ନେତା ଦେବେନ୍ଦ୍ର ଫଡଣବିଶ, ସର୍ବାନନ୍ଦ ସୋନୱାଲ, ବିପ୍ଳବ ଦେବଙ୍କ ବଦଳରେ ନୂଆ ନେତାଙ୍କୁ ପଦବୀ ପ୍ରଦାନ କରାଯାଇଥିଲା। ସେହିପରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରେପ୍ପାଙ୍କୁ ବଦଳା ଯାଇ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ତେବେ ବାସବରାଜ ବୋମାଇ ପୂର୍ବରୁ ଜନତା ଦଳରେ ରହିଥିଲେ। ଏହାଛଡା ଦଳୟୀ ଆନୁଗତ୍ୟ ଅପେକ୍ଷା ନେତାଙ୍କ କାର୍ଯ୍ୟଦକ୍ଷତାକୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଆଦର୍ଶଗତ ଦୃଷ୍ଟିରୁ ଆମଦାନୀ ନେତାଙ୍କୁ ସରକାରରେ ମୁଖ୍ୟ ପଦପଦବୀ ଦେବାରେ ବିଜେପି ଲଜ୍ଜ୍ୟା ଅନୁଭବ କରୁଥିଲା। ଯାହା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ କ୍ଷେତ୍ରରେ ଏହା ଧାରାକୁ ଭଙ୍ଗା ଯାଇଛି। ସେହିପରି ମହାରାଷ୍ଟ୍ର ପ୍ରସଙ୍ଗରେ ବିଜେପି ଏକ ବଡ ବାର୍ତ୍ତା ଦେଇଛି। ଦେବେନ୍ଦ୍ର ଫଡନାବିଶଙ୍କ ବଦଳରେ ଏକନାଥ ସିନେ୍ଧଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପ୍ରଦାନ କରାଯାଇଥିଲା। ଯଦିଓ ଶିବସେନା ଓ ବିଜେପିର ଆଦର୍ଶଗତ ପ୍ରଭେଦ ରହିନଥିଲା। କିନ୍ତୁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଉଭୟଙ୍କ ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା। ଏହାଛଡା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବା ଓ ଦୁଶ୍ୟନ୍ତ ଚୌତାଲାକୁ ଉପମୁଖ୍ୟମନ୍ତ୍ରୀ କରିବା ଦଳର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରିଦେଇଛି। ତେବେ ୨୦୧୪ ପରଠାରୁ ରାଜନୈତିକ ସଫଳତା ବ୍ୟତୀତ ଆମଦାନୀ ନେତାଙ୍କ ଲାଗି କୌଣସି ଆଦର୍ଶଗତ ପ୍ରତିବନ୍ଧକ ନାହିଁ ବୋଲି ଦର୍ଶାଇଛି। କିନ୍ତୁ ଦଳରେ ଯୋଗଦେବା ପରେ ଦଳର ରାଜନୈତିକ ଏଜେଣ୍ଡାକୁ ଆପଣାଇବାକୁ ପଡିବ। ତେବେ ବିଜେପିର ମୋବିଲିଟି, ଫ୍ଲେକ୍ସିବିଲିଟି ଓ ଓପରଚ୍ୟୁନିଟି ପ୍ରଦାନ ଫଳରେ ନେତାଙ୍କୁ ଆକର୍ଷିତ କରୁଥିବା ଜଣାପିଡିଛି।