ପରଜଙ୍ଗା: ପାରୋଲରେ ଆସିଥିବା ଜଣେ କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ । ଏଭଳି ଲୋମ ଟାଙ୍କୁରା ଗୁଳିକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଳା ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ଅନ୍ତର୍ଗତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ସେ ଝିଲ୍ଲୀ ଗାଁ ସାପ୍ତାହିକ ହାଟରୁ ସଉଦା ନେଇ ଘରକୁ ଫେରୁଥିବା ବେଳେ ଚାଉଳିଆଝରଣ ଗାଁ ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ଗୁଳି କରାଯାଇଥିଲା । ପ୍ରାୟ ୪ ଜଣ ବ୍ୟକ୍ତି ତାଙ୍କୁ ଏକାକୀ ଘେରି ଗୁଳି କରିଥିଲେ । ତେବେ ତାଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଫାୟାରିଙ୍ଗ ହୋଇଥିବା ଜଣାପଡିଛି ।
ଅର୍ଜୁନଙ୍କ ପଛ ପାଖ ପିଠି ,ଅଣ୍ଟା ଓ ହାତରେ ଗୁଳି ଲାଗିଥିବା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ସୂଚନା ମିଳିଛି ।
ସୁଚନାନୁସାରେ, ୨୦୧୧ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରକ୍ରିୟା ପ୍ରୀତିକୁ ନେଇ ଚାଉଳିଆଝରଣ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପ୍ରାୟ ୧୦ ବର୍ଷ କାଳ ଜେଲ ହାଜତରେ ରହି ଗତ ବର୍ଷ ଜୁନ ୫ ତାରିଖ ଦିନ ପାରୋଲରେ ଆସିଥିଲେ । ତେବେ ତାଙ୍କ ଉପରକୁ ଗୁଳି ଚାଳଣା କରାଯାଇଛି । ଅପରାଧୀ ମାନେ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛନ୍ତି । ତେବେ ଏହାକୁ ନେଇ ପୋଲିସ ଛାନ ଭିନ୍ ଜାରି ରଖିଛି ।