ରାଇରଙ୍ଗପୁର (ସତ୍ୟନାରାୟଣ ପାଲ):ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବୁଡକୁଲେଇବିରା ଗ୍ରାମ ଛକରେ ଆଜି ପୂର୍ବାହ୍ନରେ ଟାଟା ସୁମୋ ସହ କେଟିଏମ ବାଇକ୍ ମୁହାଁମୁହିଁ ହୋଇଛି ।ଏହି ଘଟଣାରେ ବାଇକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଦୁଇଜଣଙ୍କ ନାମ ବିନ୍ଦୁ ଵେଶ୍ରା (୨୦) ଏବଂ ମାଝିଆ ମୁର୍ମୁ (୨୨) ହୋଇଥିବା ବେଳେ ଘର ଯାମଦା ଥାନା ଅନ୍ତର୍ଗତ ଭଗାବେଡା ଗ୍ରାମରେ ବୋଲି ଜଣା ପଡିଛି । ସେମାନଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିବା ଫଳରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ପି ଆର ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୁମୋ ଗାଡ଼ିଟି ଧକ୍କା ଦେଇ ଖସି ପଳାଇଛି ।ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।