ଦାରିଙ୍ଗବାଡି: କଫିବଗିଚାରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ଅଜଣା ଯୁବତୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଓଡ଼ିଶାର ଦାରିଙ୍ଗବାଡି କଫିବଗିଚାରେ ଦେଖିବାକୁ ମିଳିଛି । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀ ଭାବରେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । କିନ୍ତୁ ସେଠାରେ ଥିବା କଫି ବଗିଚାରେ ଜଣେ ଯୁବତୀଙ୍କୁ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରୁ ସ୍ଥାନୀୟ ଯୁବତୀଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଅପରପକ୍ଷେ, ଯୁବତୀଙ୍କର ସ୍ମରଣ ଶକ୍ତି ଚାଲିଯାଇଥିବାବେଳେ ସ୍ଥାନୀୟ ଲୋକେ ଯୁବତୀଙ୍କ ପରିଚୟ ଜାଣି ପାରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ଭ୍ରମରବାଡ଼ି ପଞ୍ଚାୟତ ବୁଡାଙ୍ଗ ପିପିଲି ଗ୍ରାମର ଶ୍ରୀନିବାସ ପ୍ରଧାନଙ୍କ ଝିଅ ନୁବାଙ୍ଗି ପ୍ରଧାନ । ତେବେ ସେ କିପରି ଏହି ଅବସ୍ଥାରେ ପହଞ୍ଚିଲେ । ତାହା ଏବେ ସାଧାରଣରେ ଚର୍ଚ୍ଚା ଧରିଥିବା ବେଳେ ପୋଲିସ ଯୁବତୀଙ୍କ ପରିବାରକୁ ଖବର ଦେବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।