ପଞ୍ଜାବ: ଏବେ ଉଭୟ ବଲିଉଡ୍ ଓ ହଲିଉଡ୍ରେ ପ୍ରତିଦିନ ନୂଆ ନୂଆ ଯୋଡ଼ି ବନୁଛି ଓ ଭାଙ୍ଗୁଛି । ଏଭଳି ସ୍ଥିତିରେ ଏବେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରୁ ସାମ୍ନାକୁ ଆସିଛି। ବଲିଉଡ୍ର ଜଣାଶୁଣା ରାପର ରଫ୍ତାରଙ୍କର ଛାଡ଼ପତ୍ର ହୋଇଛି। ରାପର ରଫ୍ତାର ଓରଫ୍ ଦିଲିନ୍ ନାୟାର ନିଜ ୬ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି। ବିବାହର ୬ ବର୍ଷ ପରେ ପତ୍ନୀ କୋମଲ ବୋହରାଙ୍କ ଠାରୁ ଛାଡ଼ପତ୍ର ନେଉଛନ୍ତି ରାପର ରଫ୍ତାର। ଏଥିପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି।ସୂଚନାନୁସାରେ , ରଫ୍ତାର ନିଜ ୬ ବର୍ଷର ବିବାହକୁ ଶେଷ କରୁଛନ୍ତି। ସେ ପତ୍ନୀ କୋମଲ ବୋହରାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ରଫ୍ତାର ଦୀର୍ଘ ଦିନ ହେଲାଣି ସ୍ତ୍ରୀଙ୍କ ଠାରୁ ଅଲଗା ରହୁଛନ୍ତି। ଉଭୟେ ଅଲଗା ଅଲଗା ଘର ନେଇ ରହୁଥିଲେ।
୨୦୨୦ ମସିହାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା।ସୂଚନା ମୁତାବକ, ସେ ଅକ୍ଟୋବର ୬ରେ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବେ। ଉଭୟେ ପରସ୍ପରକୁ ସୋସିଆଲ ମିଡିଆରେ ମଧ୍ୟ ଅନ୍ଫଲୋ କରି ଦେଇଛନ୍ତି। କେବଳ ଏତିକି ନୁହେଁ, ଉଭୟେ ନିଜ ଆକାଉଣ୍ଟରୁ ବିବାହ ବେଳର ଫଟୋକୁ ବି ଡିଲିଟ୍ କରିଦେଇଛନ୍ତି।ସୂଚନାଯୋଗ୍ୟ ଯେ ରଫ୍ତାର ଓ କୋମଲଙ୍କ ସମ୍ପର୍କର ଆରମ୍ଭ ବନ୍ଧୁତାରୁ ହୋଇଥିଲା। ଉଭୟେ ପରସ୍ପର ସହ ଦେଖା ସାକ୍ଷାତ ଜାରି ରଖିଥିଲେ। ଏହି ବନ୍ଧୁତା ସମୟ କ୍ରମେ ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ୫ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୨୦୧୬ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରଫ୍ତାର ସୋସିଆଲ ମିଡିଆରେ ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ। ରଫ୍ତାର ନିଜ ବିବାହ ଫଟୋ ପୋଷ୍ଟ କରି ଲେଖିଥିଲେ-ମୋ ଆତ୍ମାକୁ ବିବାହ କଲି। ପ୍ରକାଶ ଯେ କୋମଲ ହୋଉଛନ୍ତି କରନ୍ ଓ କୁନାଲ ବୋହରାଙ୍କ ଭଉଣୀ।