ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ସୁରଟସ୍ଥିତ ଏକ ହୋଟେଲରୁ ଶିବସେନାର ଜଣେ ବିଧାୟକ ନୀତିନ ଦେଶମୁଖ ଖସି ଆସି ନାଗପୁରରେ ପହଞ୍ଚିଥିବା ଜଣାପଡିଛି । ନାଗପୁରରେ ପହଞ୍ଚିବା ପରେ ନୀତିନ ବ୍ୟାଖ୍ୟା କରିଛନ୍ତି ଲୋକଟାଙ୍କୁରା କଥା । ସେ କହିଥିଲେ ଯେ, ମୁଁ ସେଠାରେ ପହଞ୍ଚିବା ପରେ ପ୍ରାୟ ୨୫ଜଣ ଲୋକ ମୋତେ ଏକ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଜୋର କରି ମୋତେ କିଛି ଇଞ୍ଜେକସନ୍ ଦେଇଥିଲେ । ଯଦ୍ୱାରା ମୋ ଶରୀରରେ କଣ ହେଉଛି, ତାହା ଜଣାପଡିନଥିଲା । କାରଣ ମୋତେ ବେହୋସ କରିବାକୁ ଚେଷ୍ଟା କରାଯାଇଥିଲା । ସେ ଯାହାହେଉ ମୁଁ ଜଣେ ଶିବସୈନିକ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନେତୃତ୍ୱାଧିନ ଶିବସେନା ସରକାରରେ ରହିବି ବୋଲି ନୀତିନ ଦେଶମୁଖ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।